ମହୁଲ ପୋଚ ଖାଇ ୭ ମେଣ୍ଢା ମୃତ ,୨୮ ମେଣ୍ଢା ଅସୁସ୍ଥ

Get real time updates directly on you device, subscribe now.

ତେନ୍ତୁଳିଖୁଣ୍ଟି: ମହୁଲ ପୋଚ ଖାଇ ଟଳି ପଡ଼ିଛନ୍ତି ୭ ମେଣ୍ଢା । ଅନ୍ୟ ୨୮ ମେଣ୍ଢା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ଘଟଣାଟି ଘଟିଛି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗାଁରେ । ମୃତ ମେଣ୍ଢାଗୁଡ଼ିକ ଗ୍ରାମର କେଶବ ଶବରଙ୍କ ।
ସୂଚନା ମୁତାବକ ଗ୍ରାମରେ କିଛି ଅସାଧୁ ବ୍ୟକ୍ତି ଦେଶୀମଦ ରାନ୍ଧିବା ପରେ ମହୁଲ ପତରକୁ ପାଖ କାଜୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସେହି ପଚ ଖାଇ ଗାଈଗୋରୁ, ଛେଳି, ମେଣ୍ଢା ଅସୁସ୍ଥ ହେବା ସଙ୍ଗେ ସଙ୍ଗେ ମୃତୁ୍ୟବରଣ କରିଛନ୍ତି ।
କେଶବ ଶବରଙ୍ଗ କହିବା ଅନୁଯାୟୀ, ସେ ପ୍ରାୟ ଛୋଟ ବଡ ମିଶି ୩୫ଟି ମେଣ୍ଢା, ଛେଳି ଚାଷ କରନ୍ତି । ସବୁଦିନ ପରି ଆଜି ମଧ୍ୟ ତାଙ୍କ ପୁଅ ଦେଶନ ଶବର ୯ଟା ସମୟରେ ପାଖ କାଜୁ ଜଙ୍ଗଲରେ ଚରାଇ ନେଇଥିଲେ । କୌଣସି ଅସାଧୁ ବ୍ୟକ୍ତି ସେହି ସ୍ଥାନରେ ପଚକୁ ଫିଙ୍ଗି ଥିବାରୁ ସେହି ମହୁଲ ପଚକୁ ଖାଇବାରୁ ମେଣ୍ଢାଗୁଡ଼ିକ ୫୦ ମିଟର ଦୂରତା ଭିତରେ ବାନ୍ତି କରି, ପେଟ ଫୁଲାଇ ମରି ପଡ଼ିଥିଲେ । ଅନ୍ୟ ୨୮ଟି ମେଣ୍ଢା ଅସୁସ୍ଥ ହୋଇପଡିଛନ୍ତି । ଏହାର ଆନୁମାନିର ମୂଲ୍ୟ ୬୦ରୁ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ପଶୁ ଡାକ୍ତରଙ୍କୁ ଡାକି ଅସୁସ୍ଥ ମେଣ୍ଢାଙ୍କ ଚିକିତ୍ସା କରାଇଛନ୍ତି । ଏହି ଘଟଣା ପରେ କେଶବଙ୍କ ଘରେ ଚୁଲି ଜଳି ନାହିଁ । ସହାୟତା ଯୋଗାଇଦେବାକୁ ଗରିବ କେଶବ ନିବେଦନ କରିଛନ୍ତି ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons