ଭୁବନେଶ୍ବର: ରାଜ୍ୟରେ ଗ୍ରାମାଞ୍ଚଳରେ କରୋନା ମୁକାବିଲା ଉପରେ ଅଧିକରୁ ଅଧିକ ଯତ୍ନବାନ ହୋଇଛନ୍ତି ସରକାର।ଆଉ ସରକାରଙ୍କ ଏହି ଅଭିଯାନରେ ସବୁଠୁ ବେଶି ଯୋଗଦାନ ବା ଗୁରୁତ୍ବପୂର୍ଣ୍ମ ଭୂମିକା ହେଉଛି ସାରା ରାଜ୍ୟରେ ସକ୍ରିୟ ୭୦ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ । ଲୋକଙ୍କୁ ସଚେତନ କରିବାଠାରୁ ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ଗ୍ରୋସରି ବା ତେଜରାତି ସଉଦା ପହଞ୍ଚାଇବା ଏପରିକି ମାସ୍କ ତିଆରି, ଅଭାବୀଙ୍କୁ ରନ୍ଧା ଖାଦ୍ୟ ଦେବାରେ ସେମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ଏସଏସଜି ମାଧ୍ୟରେ ୧୦ ଲକ୍ଷ ମାସ୍କ ବଣ୍ଟା ଯାଇଛି ବୋଲି ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି। ସେ କହିଛନ୍ତି ମା’ ମାନେ ଘରର ପୋଲିସ , ସେମାନେ ଘରକୁ ଜଗନ୍ତୁ। କରୋନା ବହୁତ ଅହଂକାରୀ, ତାକୁ ନ ଡାକିଲେ ସେ ଘରକୁ ଆସିବନି, ତେଣୁ ତାକୁ ନିମନ୍ତ୍ରଣ କରିବାକୁ ଘରୁ ବାହାରନ୍ତୁ ନାହିଁ ଏବଂ ଘର ଲୋଙ୍କୁ ମାଆ ମାନେ ହିଁ ଆକଟ କରନ୍ତୁ, ଅଟକାନ୍ତୁ ବୋଲି ସେ କହିଛନ୍ତି।
କାରଣ , କୋଭିଡ୍-୧୯ ସଂକ୍ରମଣ ସଂପର୍କିତ ସଚେତନତା ସୃଷ୍ଟିରେ ମିଶନ ଶକ୍ତି ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଗାଁଠାରୁ ସହର ପର୍ୟ୍ୟନ୍ତ ସମସ୍ତ ସ୍ଥାନରେ ସେମାନେ ସଚେତନତାର ବାର୍ତ୍ତାକୁ ମାତ୍ର ତିନିଦିନ ମଧ୍ୟରେ ପହଞ୍ଚାଇ ପାରିଛନ୍ତି । ଲକ୍ ଡାଉନ୍ ସମୟରେ ଜିଲ୍ଲା ପ୍ରଶାସନର ସହାୟତାରେ ୬୦୦ଟି ରାସନ୍ ଦୋକାନ ଏବଂ ଭ୍ରାମ୍ୟମାଣ ରାସନ୍ ଦୋକାନ ମାଧ୍ୟମରେ ଲୋକଙ୍କୁ ଅତ୍ୟାବଶ୍ୟକ ରାସନ୍ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଗ୍ରାମାଞ୍ଚଳରେ ନିରାଶ୍ରିତ ଏବଂ ଅସହାୟମାନଙ୍କୁ ଏଯାବତ୍ ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ୨୫ ଲକ୍ଷ ମିଲ୍ ଯୋଗାଇ
ସାରିଲେଣି । ସେହିଭଳି ଏପର୍ୟ୍ୟନ୍ତ ପ୍ରାୟ ୧୦ ଲକ୍ଷରୁ ଆଧିକ ମାସ୍କ ପ୍ରସ୍ତୁତ କରି ଅତି ସ୍ୱଳ୍ପ ମୂଲ୍ୟରେ ଏହି ଏସ୍ଏଚ୍ଜି ସଦସ୍ୟାମନେ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ସେ୍ୱଚ୍ଛାସେବୀମାନଙ୍କୁ ଯୋଗାଇ ଦେଇଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମା’ମାନେ ପୋଲିସ୍ ଭଳି ନିଜ ପରିବାର ସଦସ୍ୟଙ୍କୁ ଓ ଗୋଷ୍ଠୀଙ୍କୁ କୋଭିଡ୍-୧୯ର ନିୟମ ପାଳନ କରି ଘରେ ରହିବାକୁ ପ୍ରବର୍ତ୍ତାଇବା ନିମନ୍ତେ ସରକାରଙ୍କପକ୍ଷରୁ ଅନୁରୋଧ କରାଯାଇଛି।
Comments are closed, but trackbacks and pingbacks are open.