ମାଓଗଡ଼ରେ ପୋଡ଼ାଗଲା ୭ କୋଟିର ଗଞ୍ଜେଇ ଗଛ

Get real time updates directly on you device, subscribe now.

ମାଲକାନଗିରି, (ବି.ବି.ନୁ୍ୟଜ): ୭ କୋଟି ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବାକାରୀ ବିଭାଗ । ସମସ୍ତ ଗଛକୁ କଟାଯାଇ ଜଙ୍ଗଲ ମଧ୍ୟରେ ପୋଡ଼ି ଦିଆଯାଇଛି । ମାଓଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବୁଧବାର ଏହା ଦେଖିବାକୁ ମିଳିଛି । ଏହି ଚାଷ ପାଖାପାଖି ୫୧ ଏକର ଜମିରେ ହୋଇଥିଲା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଜିଲ୍ଲା ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ପୁଲିସ ମିଳିତ ଭାବେ ଏହି ଚଢଉ କରିଥିଲେ । ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ, ସିଦ୍ଧିଗୁଡା, ରାମଗୁଡା, ଖଡିକାଯୋଡି, ଡାଇକ୍ ୨ ଗାଁ ଜଙ୍ଗଲରେ କର୍ମକର୍ତ୍ତା ପହଞ୍ଚି ଗଞ୍ଜେଇ ଗଛକୁ ନଷ୍ଟ କରିଥିଲେ । ସୂଚନାଯୋଗ୍ୟ, ବିଚ୍ଛିନ୍ନାଞ୍ଚଳର ଶତାଧିକ ହେକ୍ଟର ଜମିରେ ଏଭଳି ଚାଷ ହୋଇଛି । ବିଭିନ୍ନ ସମୟରେ ଧରପଗଡ ସତ୍ତେ୍ୱ ଏହା କମିବା ନାଁ ଧରୁନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons