ଫୁଲବାଣୀ,(ବି.ବି.ନୁ୍ୟଜ୍): ଓଡ଼ିଶା ପୁଲିସର କ୍ରମାଗତ ମାଓ ଦମନ ଅଭିଯାନ ଯୋଗୁଁ ମାଓବାଦୀଙ୍କ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ମାତ୍ର ୧୦ ପ୍ରତିଶତ ଓଡ଼ିଆ ମାଓବାଦୀ ସକ୍ରିୟ ଅଛନ୍ତି । ସେମାନେ ତୁରନ୍ତ ଅସ୍ତ୍ର ଛାଡ଼ି ରାଜ୍ୟ ସରକାରଙ୍କ ପାଖରେ ଆତ୍ମସମର୍ପଣ କରନ୍ତୁ । ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ । ଓଡ଼ିଶା ସରକାର ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ଥଇଥାନ ପାଇଁ ବହୁତ ଭଲ ନୀତି କରିଛନ୍ତି । ଏହାର ସୁଯୋଗ ନେଇ ସେମାନେ ରାଜ୍ୟର ବିକାଶ କାର୍ଯ୍ୟରେ ସାମିଲ ହୁଅନ୍ତୁ । ନଚେତ୍ ଓଡ଼ିଶା ପୁଲିସ୍ ସେମାନଙ୍କୁ ଛାଡ଼ିବ ନାହିଁ ବୋଲି ଆଜି ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଅଭୟ ମାଓ ସଂଗଠନକୁ ଚେତାବନୀ ଦେଇଛନ୍ତି ।
ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତର ସାପେଲି ଗାଁ ନିକଟ ଜଙ୍ଗଲରେ ଗୁରୁବାର କନ୍ଧମାଳ ପୁଲିସର ଏସ୍ଓଜି ଓ ଡିବିଏଫ୍ ଟିମ୍ର ମିଳିତ କମ୍ବିଂ ଅପରେସନରେ ଜଣେ ମହିଳା ମାଓବାଦୀ ସମେତ ୨ ଜଣ ନିହତ ହୋଇଥିଲେ । ଏହାପରେ ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଅଭୟ ହେଲିକପ୍ଟରରେ ଫୁଲବାଣୀ ପହଞ୍ଚିଥିଲେ । ଅପରେସନ ସଫଳତା ପାଇଁ ଉକ୍ତ ଟିମ୍ରେ ସାମିଲ ସମସ୍ତ ଯବାନ୍ଙ୍କୁ ବେ%ଇ ଜଣାଇଥିଲେ । ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୁଲିସର ଏହି ସଫଳତା ପାଇଁ କନ୍ଧମାଳ ଏସ୍ପି ଭୀନିତ୍ ଅଗ୍ରୱାଲ ଓ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସେ କହିଥିଲେ, ମାତ୍ର ମାସେ ମଧ୍ୟରେ କନ୍ଧମାଳର ୨ଟି ଘଟଣାରେ ୭ ଜଣ କ୍ୟାଡର ମାଓବାଦୀ ନିହତ ହେବା ନିଶ୍ଚିତ ଭାବେ ଓଡ଼ିଶା ପୁଲିସର ବଡ଼ ସଫଳତା । ଓଡ଼ିଶା ପୁଲିସର କ୍ରମାଗତ ମାଓ ଦମନ ଅଭିଯାନ ଯୋଗୁଁ ମାଓ ସଂଗଠନ ଦୁର୍ବଳ ହୋଇପଡ଼ିଛି । ରାଜ୍ୟର ୫ଟି ଜିଲ୍ଲା ଏବେ ମାଓମୁକ୍ତ ହୋଇସାରିଛି । ଖୁବ୍ଶୀଘ୍ର କନ୍ଧମାଳ ମଧ୍ୟ ମାଓମୁକ୍ତ ହେବ । ଏବେ କେବଳ ୧୦ ପ୍ରତିଶତ ମାଓବାଦୀ ହିଁ ସକ୍ରିୟ ଅଛନ୍ତି । ସମସ୍ତ ମାଓବାଦୀ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଡିଜି ଶ୍ରୀ ଅଭୟ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାର ସେମାନଙ୍କ ଥଇଥାନ ପାଇଁ ଭଲ ପଲିସି କରିଛନ୍ତି । ସରକାରଙ୍କ ଏହି ପଲିସି ଯୋଗୁଁ ଗତବର୍ଷ ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ଚଳିତ ବର୍ଷ ୧୯ ଜଣ ଆତ୍ମସମର୍ପଣ କରି ସାରିଲେଣି । ତେଣୁ ଅନ୍ୟ ମାଓବାଦୀମାନେ ମଧ୍ୟ ଆତ୍ମସମର୍ପଣ କରନ୍ତୁ । ନଚେତ୍ ପୁଲିସ୍ ସେମାନଙ୍କୁ ଛାଡ଼ିବ ନାହିଁ ବୋଲି ସେ ଚେତାବନୀ ଦେଇଥିଲେ ।
ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସମ୍ମିଳନୀରେ ଗୁରୁବାର ହୋଇଥିବା ଏନ୍କାଉଣ୍ଟର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସେ କହିଥିଲେ, ତୁମୁଡ଼ିବନ୍ଧ ଥାନା ସାପେଲି ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ସମ୍ପର୍କରେ ଗୁଇନ୍ଦା ଖବର ମିଳିଥିଲା । ପରେ ଏସ୍ଓଜି ଟିମ୍ ତୁରନ୍ତ ବୁ%ବାରଠାରୁ କମ୍ବିଂ ଅପରେସନ ଆରମ୍ଭ କରିଥିଲା । ଗୁରୁବାର ଅପରାହ୍ନ ପ୍ରାୟ ସାଢେ଼ ୫ଟାରେ ଟିମ୍ ସହ ମାଓବାଦୀଙ୍କ ସାମ୍ନାସାମ୍ନି ହୋଇଥିଲା । ପ୍ରଥମେ ମାଓବାଦୀ ଗୁଳି ଚଳାଇଥିଲେ । ଜବାବରେ ପୁଲିସ୍ ପାଲଟା ଗୁଳି ଚାଳନା କରିଥିଲା । ଦୀର୍ଘ ସମୟ %ରି ଗୁଳି ବିନିମୟ ପରେ ମାଓବାଦୀମାନେ ପଛଘୁଞ୍ଚା ଦେଇ ପଳାଇଥିଲେ । ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ୨ ଜଣ ୟୁନିଫର୍ମ ପିନ୍ଧିଥିବା ମାଓବାଦୀଙ୍କ ମୃତଦେହ ଠାବ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଅନ୍ୟ ଜଣକ ପୁରୁଷ ଥିଲେ । ସେମାନଙ୍କ ନିକଟରୁ ଗୋଟିଏ ଇନ୍ସାସ୍ ରାଇଫଲ୍, ୨ଟି ଦେଶୀ ବନ୍ଧୁକ ଓ ଗୋଟିଏ କାରବାଇନ୍ ଜବତ ହେଇଥିଲା । ଏଥିସହ ମାଓବାଦୀ ଛାଡ଼ି ଯାଇଥିବା କ୍ୟାମ୍ପ୍ରୁ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିଲା । ମିଳିଥିବା ମାଓ ସାମଗ୍ରୀରୁ ସେହି କ୍ୟାମ୍ପରେ ୧୫ରୁ ଅ%ôକ ମାଓବାଦୀ ଥିଲେ ବୋଲି ଅନୁମାନ କରାଯାଉଛି । ମାଓବାଦୀ କମୁ୍ୟନିଷ୍ଟ୍ ପାର୍ଟିର ରାଜ୍ୟ କ୍ୟାଡର୍ ମାଓନେତା ମୂରଲୀ ସେହି କ୍ୟାମ୍ପ୍ରେ ଥିବାର ସନେ୍ଦହ କରାଯାଇଛି । ଏବେ ସୁଦ୍ଧା ସେହି ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି । ମୃତ ୨ ମାଓବାଦୀଙ୍କ ଚିହ୍ନଟ ହୋଇପାରି ନାହିଁ । ସେମାନେ ଛତିଶଗଡ଼ ମେନ୍ପୁର ଡିଭିଜନର ବୋଲି ସନେ୍ଦହ କରାଯାଉଛି । ସେମାନଙ୍କ ବ୍ୟବଚ୍ଛେଦ ପରେ ୭୨ ଘଣ୍ଟା ପାଇଁ ଶବ ସଂରକ୍ଷିତ ରଖାଯିବ । ଏହି ସମୟ ଭିତରେ କେହି ଦାବିଦାର ନ ଆସିଲେ ପୁଲିସ ଶବ ସକ୍ରାର କରିବ ବୋଲି ଡିଆଇଜି ଶ୍ରୀ ଭୋଇ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ନିଦେ୍ର୍ଧଶକ ଆର୍କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସ୍ଆଇଡବ୍ଲୁ୍ୟ ଡିଆଜି ଅନିରୁଦ୍ଧ କୁମାର ସିଂ ଓ ଏସ୍ପି ଭୀନିତ୍ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.