ମା’କୁ ପିଟିପିଟି ମାରି ଦେଲା ପୁଅ

Get real time updates directly on you device, subscribe now.

ବିନିକା,(ବି.ବି.ନୁ୍ୟଜ୍): କାଠ ଫାଳିଆରେ ପିଟିପିଟି ନିଜ ମା’କୁ ମାରି ଦେଲା ଯୁବକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ପଞ୍ଚାୟତର ଖଇରମାଲ ଗାଁରେ । ମୃତ ବୃଦ୍ଧାଙ୍କ ନାଁ ସତ୍ୟ ଭୋଇ । ତାଙ୍କୁ ୬୨ ବର୍ଷ ହୋଇଥିଲା । ଅଭିଯୁକ୍ତର ନାଁ ଗଣେଶ ଭୋଇ (୨୮) । ସୂଚନା ଅନୁଯାୟୀ, ଆଜି ସକାଳେ ପ୍ରାୟ ୭ଟା ବେଳେ ସତ୍ୟ ଭୋଇ ଦାନ୍ତ ଘଷିବା ପାଇଁ ଘରୁ ବାହାରିବା ମାତ୍ରେ ଗଣେଶ ତାଙ୍କୁ ଆକ୍ରମଣ କରିଥିଲେ । ସେ ଏକ କାଠ ଫାଳିଆରେ ତାଭ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସେ ଏକାଧିକ ପ୍ରହାର କରିଥିଲେ । ଫଳରେ ସତ୍ୟଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ମୁଣ୍ଡ ଠିକ୍ ନଥିବା କୁହାଯାଉଛି । ୧୦ ଦିନ ତଳେ ସେ ତାଙ୍କ ପନôୀଙ୍କୁ ବି ଆକ୍ରମଣ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons