ମା’କୋଳରୁ ନିଅାଁରେ ଖସିପଡ଼ିଲା ମାସକର ଶିଶୁ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କିଛ ଦିନ ହେଲା କେନ୍ଦୁଝର ଜିଲ୍ଲାରେ କୋହଲା ପାଗ ଲାଗି ରହିଥିବାବେଳେ ମଝିରେ ମଝିରେ ଝିପି ଝିପି ବର୍ଷା ମଧ୍ୟ ହେଉଛି । ଫଳରେ ତାପମାତ୍ରା ହ୍ରାସ ପାଇ ଶୀତ ଅନୁଭୂତ ହେଉଛି । ଶୀତ ଯୋଗୁଁ ପାହାଡିଆ ଅଞ୍ଚଳରେ ରହୁଥିବା ଆଦିବାସୀମାନଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅଭାବି ଗରିବ ଶ୍ରେଣୀର ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଉପରେ ବିଶେଷତଃ ନିର୍ଭର କରୁଥିବାବେଳେ ସନ୍ଧ୍ୟା ଏବଂ ସକାଳ ସମୟରେ ନିଆଁ ଜାଳି ନିଆଁ ମୂଳେ ବସି ରହୁଛନ୍ତି । ଏହିପରି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ମୂଳେ ବସିଥିବା ସମୟରେ ମା’ କୋଳରୁ ନିଆଁ ଉପରେ ଖସିପଡି ଯୋଡା ବ୍ଲକ, ବଡକାଳିମାଟି ପଞ୍ଚାୟତ ପୀଢପୋଖରୀ ଗ୍ରାମର ଭାସ୍କର ମୁଣ୍ଡାଙ୍କର ୧ ମାସର ଶିଶୁ ପୁତ୍ର ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଅଣାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ଶିଶୁଭବନକୁ ପଠାଇ ଦେଇଛନ୍ତି । ତେବେ ଭାସ୍କର ଜଣେ ଦିନ ମଜୁରିଆ ଗରିବ ଆଦିବାସୀ ଏବଂ ପୁଅକୁ କଟକ ନେବା ପାଇଁ ତାଙ୍କ ପାଖରେ ଫୁଟି କଉଡି ଟିଏ ବି ନଥିଲା । କଟକ ସ୍ଥାନାନ୍ତର କରିବା ପରେ ତାଙ୍କ ମୁଣ୍ଡରେ ଚଡକ ପଡିଯାଇଥିବାବେଳେ ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଥିବା ଅନ୍ୟରୋଗୀମାନେ କିଛି ପଇସା ଏକତ୍ର କରି ତାଙ୍କୁ କଟକ ପଠାଇଛନ୍ତି ।
ମଙ୍ଗଳବାର ରାତିରେ ଭାସ୍କର ମୁଣ୍ଡାଙ୍କ ସ୍ତ୍ରୀ ଗୀତାମୟୀ ମୁଣ୍ଡା ଶୀତ ଦାଉରୁ ରକ୍ଷା ପାଇଁ ତାଙ୍କର ୧ମାସର ଶିଶୁକୁ କୋଳରେ ଧରି ନିଆଁ ପୋଉଁଥିଲେ । ନିଆଁ ମୂଳେ ବସିଥିବା ସମୟରେ ଅସାବଧାନତା ବଶତଃ ଶିଶୁଟି ତାଙ୍କ କୋଳରୁ ଖସି ନିଆଁ ଉପରେ ପଡିଯାଇଥିଲା । ଶିଶୁଟିକୁ ସଙ୍ଗେ ସଙ୍ଗେ ନିଆଁ ଉପରୁ ଉଠାଇ ଆଣିଥିଲେ ମଧ୍ୟ ଶିଶୁର ମୂତ୍ରାଶୟ ସହ ଅଣ୍ଟାରୁ ତଳକୁ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ବୁଧବାର ତାକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଆଣିଥିଲେ ଭାସ୍କର ଏବଂ ତାଙ୍କ ପତ୍ନୀ । ହେଲେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନଥିବାରୁ ଡାକ୍ତର ତାଙ୍କୁ କଟକ ଶିଶୁଭବନକୁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons