ନିମବାହାଳି,(ବି.ବି.ନୁ୍ୟଜ): ରାତି ପାହିଲେ ଛାଡ଼ ଖାଇ । କାର୍ତ୍ତିକ ମାସ ସାରା ନିରାମିଷ ଖାଇ ଛାଡ଼ଖାଇକୁ ଅପେକ୍ଷା କରିଥିବା ଲୋକ ସକାଳୁ ଆମିଷ ଖୋଜିବେ । ମାଂସ ବେପାର ଖୁବ୍ ଜମିବ । ସେହି ଆଶା ନେଇ ଜଙ୍ଗଲରେ ବିଦୁ୍ୟତ୍ ଫାଶ ବିଛାଇଥିଲେ ଶିକାରୀ । ଶିକାର ପାଇଁ ବନ୍ୟଜନ୍ତୁଙ୍କ ଚଲାପଥରେ ବିଦୁ୍ୟତ୍ ତାର ଟାଣିଥିଲେ । ବିଦୁ୍ୟତ୍ ତାର ଲାଗି ବାର୍ହା ତ ମଲା, ତା ସହିତ ଏକ ମାଖନା ହାତୀର ବି ଜୀବନ ଗଲା । ଢେଙ୍କାନାଳ ବନଖଣ୍ଡ ହିନେ୍ଦାଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ବେଣିପଥର ଅଞ୍ଚଳରେ ମଙ୍ଗଳବାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦୁ୍ୟତ୍ ଫାଶରେ ବନ୍ୟଜନ୍ତୁ ଶିକାର ବଢ଼ି ଚାଲିଥିବା ବେଳେ ହାତୀ ମୃତୁ୍ୟ ନେଇ ବିଦୁ୍ୟତ୍ ଓ ବନ ବିଭାଗ ପରସ୍ପରକୁ ଦୋଷ ଠେଲୁଛନ୍ତି ।
ଆଜି ସକାଳେ ବେଣୀପଥର ଗାଁ ଚାଷ ଜମି ନିକଟରେ ଏକ ମାଖନା ହାତୀ ମରି ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । କିଛି ଦୂରରେ ଏକ ବାର୍ହା ମଧ୍ୟ ମରି ପଡ଼ିଥିଲା । ଶିକାରୀ ବିଛାଇଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଦୁଇ ବନ୍ୟପ୍ରାଣୀଙ୍କର ଅକାଳ ମୃତୁ୍ୟ ହୋଇଥିଲା । କଡ଼ଲା ଗାଁରୁ ବେଣିପଥର ଗାଁକୁ ଯାଇଥିବା ୧୧ କେଭି ଲାଇନ୍ର ବ୍ରାଞ୍ଚ ଏବି ସୁଇଚ୍ ନିକଟରେ ହୁକ ପକାଇ ପ୍ରାୟ ୨ଶହ ମିଟର ତାର ବିଛାଇ ଥିଲେ ଶିକାରୀ । ପ୍ଲାଷ୍ଟିକ୍ ପାଇପ୍ ଲାଗିଥିବା ବାଉଁଶ ଖୁଣ୍ଟିରେ ଜିଆଇ ତାରକୁ ଗୁଡ଼ାଇ ଭୂମିଠାରୁ ପ୍ରାୟ ୧ ଫୁଟ୍ ଉଚ୍ଚରେ ତାର ଟଣା ହୋଇଥିଲା । ଏ ସମ୍ପର୍କରେ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ ।
କର୍ଣ୍ଣପୁର ଫରେଷ୍ଟର ମନୋଜ କୁମାର ବେହେରା, ହିନେ୍ଦାଳ ରେଞ୍ଜର ଲୋହିତ କୁମାର ରଥ ସଦଳବଳେ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଥିଲେ । ଘଟଣାସ୍ଥଳରୁ ଜିଆଇ ତାର ଓ ଖୁଣ୍ଟି ବନ କର୍ମଚାରୀ ଜବତ କରିଥିଲେ । ପିସିସିଏଫ୍ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ, ଅନୁଗୁଳ ଆରସିସିଏଫ୍ ପ୍ରଦୀପ ରାଜ କାରାଟ, ଢେଙ୍କାନାଳ ଡିଏଫ୍ଓ ପ୍ରକାଶଚାନ୍ଦ ଗୋଗିନେନୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଥିଲେ । ବିଦୁ୍ୟତ୍ ଆଘାତରେ ହାତୀ ଓ ବାର୍ହାର ମୃତୁ୍ୟ ହୋଇଥିବା ଡିଏଫ୍ଓ ଶ୍ରୀ ଗୋଗିନେନୀ ସୂଚନା ଦେଇଛନ୍ତି । ମୃତ ହାତୀର ବୟସ ୩୫ରୁ ୪୦ ବର୍ଷ ହୋଇଥିବା ବେଳେ ବାର୍ହା ୨ ବର୍ଷର ବୋଲି ବନ ବିଭାଗ ପକ୍ଷରୁ ଜଣାଯାଇଛି । ପ୍ରାଣୀ ଚିକିତ୍ସକ ଡା. ପ୍ରତାପ ପ;ନାୟକଙ୍କ ଦ୍ୱାରା ଘଟଣାସ୍ଥଳରେ ହାତୀ ଓ ବାର୍ହାର ଶବ ବ୍ୟବଚ୍ଛେଦ କରାଯିବା ପରେ ମାଟିଖୋଳି ପୋତି ଦିଆଯାଇଥିଲା । ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଶିକାରୀଙ୍କୁ ଗିରଫ କରାଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ହାତୀ ଓ ବାର୍ହା ମୃତୁ୍ୟକୁ ନେଇ ବନ ବିଭାଗ ପକ୍ଷରୁ ବିଦୁ୍ୟତ୍ ବିଭାଗକୁ ଦାୟୀ କରାଯାଇଛି । ହାତୀ ଚଳପ୍ରଚଳ କରୁଥିବାରୁ ରାତିରେ ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି କୁହାଯାଇଥିବା ବେଳେ ସେ ଏହାକୁ କର୍ଣ୍ଣପାତ କରି ନଥିଲେ ବୋଲି ଡିଏଫ୍ଓ ପ୍ରକାଶ କରିଛନ୍ତି । ଏହାକୁ ନେଇ ଆସନ୍ତା ଗୁରୁବାର ଏକ ବୈଠକ ଡକାଯିବ । ଏଥିରେ ବିଦୁ୍ୟତ୍ ଓ ବନ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । କାହାର ତ୍ରୁଟି ରହିଛି ସେ ସମ୍ପର୍କରେ ସମୀକ୍ଷା କରାଯିବ । ବିଦୁ୍ୟତ୍ ବିଭାଗର ତ୍ରୁଟି ପରିଲକ୍ଷିତ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ସୁପାରିସ୍ କରାଯିବ ବୋଲି ଡିଏଫ୍ଓ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ମେରାମଣ୍ଡଳୀ ବିଦୁ୍ୟତ୍ ସେକ୍ସନ୍ର କନିÂ ଯନ୍ତ୍ରୀ ପ୍ରତାପ କୁମାର ସାହୁ କହିଛନ୍ତି, ବନ ବିଭାଗର କର୍ମଚାରୀ ସନ୍ଧ୍ୟାରେ ଫୋନ୍ କରି କନ୍ତିମିଲି ଅଞ୍ଚଳରେ ହାତୀ ଥିବା ସୂଚନା ଦେଇଥିଲେ । ମେରାମଣ୍ଡଳୀ ସେକ୍ସନ୍ ଅଞ୍ଚଳକୁ ହାତୀ ଆସିଲେ ଫୋନ୍ କରି ଜଣାଇବେ ବୋଲି କହିଥିଲେ । ରାତି ପ୍ରାୟ ସାଢେ଼ ୧୧ଟାରେ ବନ କର୍ମଚାରୀ ଫୋନ୍ କରି ହାତୀ ଆସିଥିବା ସୂଚନା ଦେବା ପରେ ବିଦୁ୍ୟତ୍ ସଂଯୋଗ କାଟି ଦିଆଯାଇଥିଲା ବୋଲି କନିÂ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ଢେଙ୍କାନାଳ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ଜନ୍ତୁ ଶିକାର ବଢ଼ି ଚାଲିଥିବା ବେଳେ ବନ ବିଭାଗ କାଁ ଭାଁ ଶିକାରୀଙ୍କୁ ଧରିବାରେ ସଫଳ ହେଉଛି । ବିଦୁ୍ୟତ୍ ଫାଶ, ବୋମା, ଦେଶୀ ବନ୍ଧୁକ ସାହାଯ୍ୟରେ ବେଧଡ଼କ ବନ୍ୟଜନ୍ତୁ ଶିକାର କରାଯାଉଛି । ଏପରିକି ବିଦୁ୍ୟତ୍ ଫାଶରେ ପଡ଼ି ମଣିଷଙ୍କ ଜୀବନ ମଧ୍ୟ ଯାଉଥିବା ଦେଖାଯାଉଛି । ବନ୍ୟଜନ୍ତୁ ଶିକାର ରୋକିବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଥିବା ଅଭିଯୋଗ ହେଉଛି । ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଅନ୍ୟ ଉପରେ ଦୋଷ ଲଦି ଅଧିକାରୀମାନେ ଖସି ଯିବାକୁ ଉଦ୍ୟମ କରୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରିବା ସହ ବନ୍ୟଜନ୍ତୁ ଶିକାର ଉପରେ ରୋକ୍ ଲଗାଇବା ଦିଗରେ ପଦକ୍ଷେପ ନେବାକୁ ବନ୍ୟଜନ୍ତୁ ପ୍ରେମୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.