ମା’ଙ୍କୁ ୧୮ ଘଣ୍ଟା ମୁଣ୍ଡ ଜାମିନ

Get real time updates directly on you device, subscribe now.

ପିପିଲି,(ବି.ବି.ନୁ୍ୟଜ୍): ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ତୁମୁଳ କାଣ୍ଡ ଘଟିଛି । ସାନଭାଇ ଛୁରିରେ ଆକ୍ରମଣ କରି ବଡଭାଇର ଅନ୍ତବୁଜୁଳା ବାହାର କରିଦେଇଥିବା ବେଳେ ଭାଉଜ ମଧ୍ୟ ଆହତ ହୋଇଛନ୍ତି । ବଡ଼ଭାଇ ଓ ଭାଉଜଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ଏହି ଘଟଣା ଘଟାଇ ପୁଲିସ ହାତରୁ ମୁକୁଳିବା ପାଇଁ ଅଭିଯୁକ୍ତ ତା’ର ମା’ଙ୍କୁ ଦୀର୍ଘ ୧୮ ଘଣ୍ଟା ଧରି ମୁଣ୍ଡ ଜାମିନ ରଖିବାରୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି ।
ଖବରରୁ ପ୍ରକାଶ ଯେ, ଲକ୍ଷ୍ମୀନାରାୟଣପୁର ଗ୍ରାମର ଦିଲୀପ ରଥ ଓ ତାଙ୍କ ବଡ଼ଭାଇ ନିରଞ୍ଜନଙ୍କ ମଧ୍ୟରେ ପାରିପାରିକ କଳହ ଲାଗି ରହିଥିଲା । ରବିବାର ରାତି ପ୍ରାୟ ୯ଟାରେ ଏହି କଳହ ଉଗ୍ରରୂପ ଧାରଣ କରିଥିଲା । ଦିଲୀପ ଏକ ଛୁରିରେ ବଡ଼ଭାଇ ନିରଞ୍ଜନଙ୍କ ପେଟକୁ ଭୁସି ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ସ୍ୱାମୀଙ୍କୁ ରକ୍ଷା କରିବାକୁ ଯିବା ବେଳେ ଦିଲୀପ ତାଙ୍କ ଭାଉଜଙ୍କ ହାତକୁ ଛୁରିରେ ଆକ୍ରମଣ କରିବାରୁ ସେ ମଧ୍ୟ ଆହତ ହୋଇଥିଲେ । ଗୁରୁତର ଆହତ ନିରଞ୍ଜନଙ୍କୁୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ଭୁବନେଶ୍ୱର ନେଇ ଯାଇଥିଲେ । ଖବର ପାଇ ଉତ୍ତରା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚôଥିଲା । ତେବେ ଅଭିଯୁକ୍ତ ଦିଲୀପ ପୁଲିସ କବଳରୁ ବର୍ତ୍ତିବା ପାଇଁ ନିଜ ମା’ଙ୍କୁ ଏକ କୋଠରୀରେ ଚାବି ପକାଇ ତାଙ୍କୁ ମାରିଦେବ ବୋଲି ପୁଲିସକୁ ଧମକ ଦେବା ସହ ସେଠାରେ ଜଗି ରହିଥିଲା । ବାଧ୍ୟ ହୋଇ ଉତ୍ତରା ଫାଣ୍ଡି ପୁଲିସ ପିପିଲି ଥାନାକୁ ଖବର ଦେଇଥିଲା । ପିପିଲି ଥାନାରୁ ଏକ ଟିମ୍ ପହଞ୍ଚô ବୃଦ୍ଧାଙ୍କୁ ଦିଲୀପ କବଳରୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ ହେଁ ସେ ତା ଜିଦ୍ରେ ଅଟଳ ରହିଥିଲା । ଫଳରେ ରବିବାର ରାତି ୧୦ଟାରୁ ସୋମବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୁଲିସ ସେଠାରେ ଜଗି ରହିବା ସହ ଦିଲୀପକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲା । ଶେଷରେ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍ଆଇ ସନ୍ଦିପ ଦାସ, ଏଏସ୍ଆଇ ରବୀନ୍ଦ୍ର ନାୟକ, ଉତ୍ତରା ଫାଣ୍ଡି ପୁଲିସ ମିହିର କୁମାର ରାୟ ପ୍ରମୁଖଙ୍କ ଉଦ୍ୟମକ୍ରମେ ଅଭିଯୁକ୍ତ ଦିଲୀପ ଗିରଫ ହୋଇଥିଲା । ଅଭିଯୋଗକାରୀ ନିରଞ୍ଜନଙ୍କ ପୁଅ ପ୍ରଭୁପ୍ରସାଦଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା(୨୨୬/୨୦) ରୁଜୁ କରିଛି । ଅଭିଯୁକ୍ତ ଦିଲୀପକୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପୁଷ୍ଟି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons