ମା’ଙ୍କ ଖଟିଆ ଘୋଷାଡ଼ି ବ୍ୟାଙ୍କକୁ ନେଲା ଝିଅ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ମହାମାରୀ କରୋନା ଯୋଗୁଁ କାମଧନ୍ଦା ସବୁ ବନ୍ଦ । ପେଟକୁ ଦାନା ଯୋଗାଡ଼ ପାଇଁ ଗରିବ, ଅସହାୟ, ନିରାଶ୍ରୟ ସଂଘର୍ଷ କରୁଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ସରକାର ଜନଧନ ଏକାଉଣ୍ଟରେ ସହାୟତା ଦେଇଛନ୍ତି । କିନ୍ତୁ ଉକ୍ତ ଅର୍ଥରାଶି ପ୍ରଦାନ ପାଇଁ ଖାତାଧାରୀ ଅନେକ ହଟହଟା ହେବାକୁ ପଡୁଛି । କେତେବେଳେ ଆଧାରକାର୍ଡ ପାଇଁ ତ ପୁଣି କେତେବେଳେ ଆବଶ୍ୟକ କାଗଜପତ୍ର ପାଇଁ ହଇରାଣ ହେଉଛନ୍ତି । ଗୋଟିଏ ମାସର ସହାୟତା ରାଶି ଉଠାଇ ବାରମ୍ବାର ହଇରାଣ ହେବା ଅପେକ୍ଷା ତିନିମାସର ଅର୍ଥ ଏକାଥରେ ଉଠାଣ ପାଇଁ ବ୍ୟାଙ୍କକୁ ଯାଉଛନ୍ତି । ହେଲେ ବ୍ୟାଙ୍କକୁ ଯିବା ପାଇଁ ସକ୍ଷମ ନଥିବା ଅନେକ ଖାତାଧାରୀ ଅଛନ୍ତି । ସେଭଳି ଖାତାଧାରୀଙ୍କୁ ମଧ୍ୟ ବ୍ୟାଙ୍କକୁ ଆସିବା ପାଇଁ ବାଧ୍ୟ କରାଯାଉଛି । ନଚେତ ଫେରାଇ ଦିଆଯାଉଛି । ଏପରି ଅସହାୟତାର ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବରଗାଁରେ । ଜନଧନ ସହାୟତା ରାଶି ଉଠାଣ ପାଇଁ ଖାତାଧାରୀ ଆସିଲେ ହିଁ ଟଙ୍କା ଉଠାଣ ହୋଇପାରିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବା ପରେ ଶତାୟୁ ମା’ ମାଁଙ୍କୁ ଖଟିଆରେ ଶୁଆଇ ୬୦ବର୍ଷିୟା ଝିଅ ଘୋଷାଡି ଘୋଷାଡି ବ୍ୟାଙ୍କକୁ ନେଇଥିଲେ । ଏହି ଦୃଶ୍ୟ ଦେଖି ଲୋକେ କାନ୍ଦି ପକାଇଥିଲେ । କୌଣସି ମତେ ଘୋଷାଡି ଘୋଷାଡି ବ୍ୟାଙ୍କରେ ପହଞ୍ଚାଇବା ପରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖି ଲାଜରେ ବ୍ୟାଙ୍କ କର୍ତ୍ତୃପକ୍ଷ କାର୍ଯ୍ୟ ବ୍ୟସ୍ତତାର କଥା କହି ସଫେଇ ଦେଇଥିଲେ ।
ସୂଚନାନୁଯାୟୀ ଖଡ଼ିଆଳ ବ୍ଲକ ବରଗାଁରେ ରୁହନ୍ତି ଲବେ ବାଗ(୧୨୦), ଝିଅ ପୁଞ୍ଜିିମତୀ ଶିଖା(୬୦) ଓ ଜ୍ୱାଇଁ । ତାଙ୍କର ଜମିବାଡି କିଛି ନଥିବା ବେଳେ କାମଧନ୍ଦା ମଧ୍ୟ କରିପାରୁନାହାନ୍ତି । ସମ୍ପୂର୍ଣ୍ଣ ପରିବାର ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭରଶୀଳ । ଅର୍ଥାଭାବରୁ ପରିବାର ଚଳିବା କଷ୍ଟକର ହୋଇପଡିଥିଲା । ଲବେ ବାଗଙ୍କ ଜନଧନ ଏକାଉଣ୍ଟରେ ୧୫ ଶହ ଟଙ୍କା ଜମା ହୋଇଥିଲା । ଶେଷରେ ମା’ଙ୍କ ନାଁରେ ଜମା ଟଙ୍କା ଉଠାଇ ପରିବାର ଚଳାଇବା ପାଇଁ ଝିଅ ଉଦ୍ୟମ କରିଥିଲେ । ଏହି ଟଙ୍କା ଉଠାଣ ପାଇଁ ଗାଁର ଉକ୍ରଳ ଗ୍ରାମ୍ୟବ୍ୟାଙ୍କକୁ ଯାଇଥିଲେ । ତାଙ୍କ ମା’ ବ୍ୟାଙ୍କକୁ ନଆସିବା ପର୍ଯ୍ୟନ୍ତ ଟଙ୍କା ମିଳିବ ନାହିଁ ବୋଲି କହିଥିଲେ । ୧୨୦ ବର୍ଷର ବୃଦ୍ଧା ମା ଖଟିଆରେ ପଡି ରହିଛନ୍ତି । ଉଠାବସା, ଚଲାବୁଲା କିଛି କରି ପାରୁନାହାନ୍ତି । କେମିତି ଆଣିବି ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ ଅନେକ ଥର ଗୁହାରି କରିଥିଲେ । ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ପୁଞ୍ଜିମତୀଙ୍କ କଥାକୁ ଶୁଣିନଥିଲେ । ଗାଁ ୱାଡ ମେମ୍ବର ହୁମାୟୁନ ବଘେଲଙ୍କୁ ଦୁଃଖ ଜଣାଇ ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ଗତ କିଛି ଦିନ ତଳେ ୱାଡ ମେମ୍ବର ଜଣକ ବ୍ୟାଙ୍କକୁ ଯାଇ ବୃଦ୍ଧାଙ୍କ ଜମା ଟଙ୍କା ତାଙ୍କ ଅସହାୟ ଝିଅକୁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ପୁଞ୍ଜିିମତୀଙ୍କ ମା’ ବ୍ୟାଙ୍କକୁ ଆସି ଦସ୍ତଖତ ନଦେବା ପର୍ଯ୍ୟନ୍ତ ଜମାଖାତାରୁ ଟଙ୍କା ବାହାରିପାରିବ ନାହିଁ ରୋକଠୋକ୍ ଶୁଣାଇ ଦେଇଥିଲେ । ଏହାପରେ ପୁଞ୍ଜିିମତୀ ନିରାଶ ହୋଇ ଗାଡି ଭଡ଼ା ପାଇଁ ସମ୍ବଳ ନଥିବାରୁ ନିଜ ମାଙ୍କୁ ଖଟିଆରେ ବୋହି ନେବାକୁ ଉଦ୍ୟମ କରିଥିଲେ । ଏହାବି ସମ୍ଭବ ହେଲାନାହିଁ । ଗତ ଗୁରୁବାର ପୂର୍ବାହ୍ନରେ ମା’ଙ୍କୁ ଖଟିଆରେ ଶୁଆଇ ଗାଁ ଦାଣ୍ଡରେ ଟାଣିଟାଣି ବ୍ୟାଙ୍କକୁ ବାହାରିଥିଲେ । ୬୦ ବର୍ଷିୟ ଝିଅ ପୁଞ୍ଜିିମତୀ ୧୨୦ ବର୍ଷର ମାକୁ ଖଟିଆରେ ଟାଣି ଟାଣି ୪୦୦ ମିଟର ଅତିକ୍ରମ କରି ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଲୋକେ ଆବାକ ହୋଇଥିଲେ । ଏହାପରେ ବି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସନ୍ତୋଷଜନକ ଉତ୍ତର ନଥିଲା । ଶେଷରେ ୧୫ ଶହ ଟଙ୍କା ଧରି ଘରକୁ ଫେରି ଆସିଥିଲେ । ବରିÂ ନାଗରିକଙ୍କୁ ଦୁଆର ମୁହଁରେ ବ୍ୟାଙ୍କସେବା ଯୋଗାଇ ଦେବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଏବେ ସରକାରଙ୍କ ନିଦେ୍ର୍ଧଶ ଫାଇଲ ତଳେ ଚାପି ହୋଇରହିଛି । ଏହି ଭିଡିଓ ଭାଇରଲ ହେବାପରେ ଘଟଣା ଲୋକଲୋଚନକୁ ଆସିଛି । ଏଠି କରୋନା ଭୂତାଣୁ ଠାରୁ ବି ବଳି ଗଲା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ହୃଦୟ ହିନତା ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ବ୍ୟାଙ୍କରେ ଭିଡ଼ଥିବାରୁ ତାଙ୍କୁ ସାହାଯ୍ୟ କରିପାରିନଥିଲୁ ବୋଲି ସଫେଇ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons