ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଯାଉଥିଲେ: ବାଟରେ ଚାଲିଗଲା ପୁଅର ଜୀବନ

Get real time updates directly on you device, subscribe now.

ତେଲକୋଇ: ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଘରକୁ ଯାଉଥିଲେ, ହେଲେ ବାଟରେ ଚାଲିଗଲା ପୁଅର ଜୀବନ। କେନ୍ଦୁଝର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୈତାରୀ ଥାନା ଅନ୍ତର୍ଗତ ବାଲିପର୍ବତ ଗେଟ୍ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇର ଗାଲୁ ମୁର୍ମୁ।
ସୂଚନା ଅନୁସାରେ, ଗାଲୁ ଏକ ଲୁହା ଖଣିରେ ଠିକା ଶ୍ରମିକ ଭାବେ କାର୍ୟ୍ୟ କରନ୍ତି। ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ପତ୍ନୀଙ୍କ ସହ ସେ ବାଇକ୍‌ରେ ପୈତୃକ ଘରକୁ ଯାଉଥିଲେ। ଏହି ସମୟରେ ବାଲିପର୍ବତ ଗେଟ୍ ନିକଟରେ ଏକ ଟିପର୍‌ ସେମାନଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗାଲୁଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପତ୍ନୀ ଆହତ ହୋଇଥିଲେ।ଦୁର୍ଘଟଣା ଘଟାଇଥିବା ଟିପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଦୈତାରୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟିପରକୁ ଜବତ କରିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଗାଁ ଏସ୍‌ଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons