ମା’ଙ୍କ ଶେଷ ଇଚ୍ଛା ପୂରଣ କଲେ ତିନି ଝିଅ

Get real time updates directly on you device, subscribe now.

ନବରଙ୍ଗପୁର : ସମ୍ପତ୍ତି ପାଇଁ ପରିବାର, ପରିବାର ମଧ୍ୟରେ ଭିତରେ ମାରପିଟ ହଣା କଟା ଆଜିର ସମାଜରେ ବହୁତ ଦେଖିବାକୁ ଦେଖିବାକୁ ମିଳିଛି। ଏପରିକି ସବୁ ରକ୍ତ ସମ୍ପର୍କକୁ ପଛରେ ପକାଇ କେହି କାହାର ମୁହଁ ଚାହୁଁ ନଥିବା ସହ ସମ୍ପର୍କୀୟଙ୍କୁ ଅଦାଲତ ପର୍ୟ୍ୟନ୍ତ ଘୋଷାଡି ଆଣିବା ଭଳି ଘଟଣା ସଧାରଣ ହୋଇଯାଇଛି। ହେଲେ ପ୍ରଭୁ ଜଗନ୍ନାଥଙ୍କ ଜଣେ ମହିଳାଙ୍କ ଭକ୍ତଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଉକ୍ତ ମହିଳାଙ୍କ ପରିବାର ଲୋକ ପାଖାପାଖି ୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତିକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି।
ନବରଙ୍ଗପୁର ସହର ଭଗବତୀ ସାହିରେ ରହୁଥବା ଭବାନୀ ସାହୁ ଓ ତାଙ୍କ ସ୍ତ୍ରୀ ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ଅଛନ୍ତି। ଏହି ତିନି ଝିଅ ମାଆଙ୍କ ଶେଷ ସମୟ ଇଚ୍ଛାକୁ ପୂରଣ କରିବାକୁ ଯାଇ ମାଆଙ୍କ ନାମରେ ନବରଙ୍ଗପୁର ସହର ମଧ୍ୟରେ ଥିବା ଭଗବତୀ ସାହି ସ୍ଥିତ ୨୫ ବଖରା ବିଶିଷ୍ଟ ୩ ମହଲା କୋଠା ଘର ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି। ଏଥିସହ ୧ ମଙ୍ଗଳ ସୂତ୍ର, ରୂପାର ଫରୁଆ, ରୂପାର ବ୍ରତ ପେଢି, ରୂପାର ମଥା ମଣି ନବରଙ୍ଗପୁର ନୀଳ କଣ୍ଠେଶ୍ୱର ମନ୍ଦିର ଭିତରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି। ମାଆ ବୈଜନ୍ତିମାଳାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଚାହିଁଥିବା ଏହି ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପରିଜନ।
ସ୍ବର୍ଗତ ବୈଜନ୍ତିମାଳା ସାହୁଙ୍କର ଚଳିତ ମାସ ୨ ତାରିଖ ଦିନ ପରଲୋକ ଘଟିଥିଲା, ବୈଜନ୍ତିମାଳାଙ୍କ ସ୍ୱାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି। ଭବାନୀ ସାହୁ ଓ ବୈଜୟନ୍ତି ସାହୁ ନିଜର ତିନି ଝିଅ ପୁଷ୍ପାଞ୍ଜଳି ସାହୁ, ଗୀତାଞ୍ଜଳି ଶତପଥୀ, ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ବାହାଘର ଦାୟିତ୍ୱ ସବୁ ସମ୍ପନ୍ନ କରି ସାରିଛନ୍ତି। କିନ୍ତୁ ତାଙ୍କର ପୁଅ ନଥିବାରୁ ସେ ପ୍ରଭୁ ଜଗନ୍ନାଥଙ୍କୁ ପୁଅ ଭାବେ ଗ୍ରହଣ କରି ନେଇଥିଲେ। ଜଗନ୍ନାଥଙ୍କୁ ଭକ୍ତି ଓ ଶ୍ରଦ୍ଧା କରୁଥିଲେ। ଏହି କାରଣରୁ ଶେଷ ସମୟରେ ବୈଜୟନ୍ତିମାଳା ତାଙ୍କ ସମ୍ପତ୍ତିର ପୁଅର ଭାଗକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିବାକୁ ଚାହିଁଥିଲେ।
ମାଆଙ୍କ ଏହି ଶେଷ ଇଚ୍ଛାକୁ ପୂରଣ କରିବାକୁ ୩ ଝିଅ ଆଜି ମାଆଙ୍କ ୧୪ ଦିନିଆ କାର୍ୟ୍ୟକ୍ରମ ଦିନ ନବରଙ୍ଗପୁର ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ନାଁରେ ସଂପତ୍ତି ଦାନ କରିଛନ୍ତି। ଦାନ କରାଯାଇଥିବା ୨୫ ବଖରା ବିଶିଷ୍ଟ କୋଠା ଘରେ ୯ ଟି ପରିବାର ଭଡା ସୂତ୍ରରେ ରହି ପାରିବେ। ତେଣୁ ଏହାକୁ ଭଡା ଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଟଙ୍କାକୁ ବିନିଯୋଗ କରାଯିବ ବୋଲି ରାଜ ପୁରୋହିତ କହିଛନ୍ତି।
ସ୍ଵର୍ଗତ ବୈଜୟନ୍ତୀମାଳାଙ୍କ ଏହିଭଳି ପଦକ୍ଷେପ ଓ ତାଙ୍କ ୩ ଝିଅଙ୍କ ମାଆଙ୍କ ଶେଷ ଇଛାର ସମ୍ମାନ ଦେବା ଘଟଣା ସାଧାରଣରେ ପ୍ରଶଂସିତ ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons