ପାତ୍ରପୁର, (ବି.ବି.ନୁ୍ୟଜ୍): ଜଳପଥରେ ଗାଁକୁ ଫେରୁଛନ୍ତି ଲୋକ । ଚେନ୍ନାଇରୁ ୨୭ ଜଣ ଓଡ଼ିଶା-ଆନ୍ଧ୍ର ଉପକୂଳରେ ପହଞ୍ଚିବା ପରେ ଏବେ ପୁଣି କର୍ଣ୍ଣାଟକ ରାଜ୍ୟ ମାଙ୍ଗାଲୁରରୁ ୨୦୦ ମତ୍ସ୍ୟଜୀବୀ ଏକ ବଡ଼ ବୋଟ୍ ଯୋଗେ ଫେରୁଥିବା ସୂଚନା ମିଳିଛି । ସରକାର ସବୁ ଗମନାଗମନ ପଥ ସିଲ୍ କରିବା ପରେ ଜଳପଥ ଫେରୁଛନ୍ତି ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକ । ଗତ କିଛି ଦିନ ତଳେ ଚେନ୍ନାଇରୁ ଜଳପଥରେ ବୋଟ୍ ଯୋଗେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିଥିଲେ ୨୭ ଜଣ । ଆନ୍ଧ୍ର ପୁଲିସ ଓ ପ୍ରଶାସନ ସହାୟତାରେ ସମସ୍ତଙ୍କୁ ଇଛାପୁର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ପ୍ରମେୟରେ ବିସ୍ତୃତ ତଥ୍ୟ ପ୍ରକାଶ ପାଇଥିଲା । ଜଳପଥରେ ଅନ୍ୟ ରାଜ୍ୟରୁ ଲୋକ ଆସୁଥିବା ଘଟଣା ପ୍ରଘଟ ପରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ତଟ ସୁରକ୍ଷା ନେଇ ବ୍ୟାପକ ବ୍ୟବସ୍ଥା କରିଛି । ମେରାଇନ ଥାନା ସହ ପ୍ରଶାସନିକ ଅଧିକାରୀଙ୍କ ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ବର୍ତ୍ତମାନ ପୁଣି ଜଳପଥ ଦେଇ ଏକ ବଡ଼ ବୋଟରେ ୨୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଫେରୁଥିବା ଏକ ଭିଡିଓ ଭାଇରଲ ହୋଇଛି । ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଏକ ବଡ଼ ବୋଟ ଯୋଗେ କର୍ଣ୍ଣାଟକର ମାଙ୍ଗାଲୁର ସେମାନେ ବାହାରିଥିବା ସୂଚନା ମିଳିଛି । ରବିବାର ସୁଦ୍ଧା ଆନ୍ଧ୍ର-ଓଡ଼ିଶା ସୀମା ସମୁଦ୍ର ତଟରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଏହି ବୋଟରେ ପୂର୍ବଥର ଭଳି ଉଭୟ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ରାଜ୍ୟର ମାଛଧରାଳି ଫେରୁଛନ୍ତି । ଓଡ଼ିଶା ମତ୍ସ୍ୟଜୀବୀ ସଂଘ ସମ୍ପାଦକ ତଥା ରାମେୟାପାଟଣା ଗାଁର ଏଲ. ଭାଗୀ ରାଜୁଙ୍କ ସୂଚନା ପ୍ରକାରେ ପ୍ରାୟ ୮ ଲକ୍ଷ ଟଙ୍କା ଭଡ଼ାରେ ଏହି ବୋଟକୁ ବିଶାଖାପାଟଣା ପର୍ଯ୍ୟନ୍ତ ଲୋକଙ୍କୁ ପହଞ୍ଚାଇବା ପାଇଁ ଚୁକ୍ତି ହୋଇଛି । ବିଶାଖାପାଟଣାରେ ପହଞ୍ଚିବା ପରେ ସେଠାରେ ଥିବା ନିଜ ସମ୍ପର୍କୀୟଙ୍କ ସହାୟତାରେ ଅନ୍ୟ ଏକ ଡଙ୍ଗାରେ ଏମାନେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ପହଞ୍ଚିବା ଯୋଜନା କରିଥିବା ସେ ସୂଚନା ଦେଇଛନ୍ତି । ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଜଳପଥ ଦେଇ ଫେରୁଥିବା ନେଇ ସେ ଜିଲ୍ଲା ପ୍ରଶାସନ ଓ ତଟ ସୁରକ୍ଷା ବାହିନୀକୁ ସୂଚନା ଦେଇଥିବା କହିିିଛନ୍ତି । ଅପରପକ୍ଷେ ଚିକିଟି ବ୍ଲକ ପାତିସୁୁୁନାପୁରର ପ୍ରାୟ ୩୫ ଜଣଙ୍କୁ ଧରି ୩ ଦିନ ପୂର୍ବରୁ ବାହାରିିି ଥିିବା ସୂଚନା ମିିଳିଛି । ଚିକିିଟି ବ୍ଲକ ଅତିରିକ୍ତ ଗୋÂୀ ଉନ୍ନୟନ ଅଧିକାରୀ ରମାକାନ୍ତ ସାହୁଙ୍କ ସହ ଯୋଗାଯାଗ କରିବାରେ ଏନେଇ ପ୍ରଶାସନ ଓ ମେରାଇନ ଥାନା ନିକଟରେ ସୂଚନା ରହିଛି ଏବଂ ଆମେ ସଜାଗ ରହିଛୁ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.