ବ୍ରହ୍ମପୁର,(ବି.ବି.ନୁ୍ୟଜ୍): କର୍ଣ୍ଣାଟକର ମାଙ୍ଗାଲୋରକୁ ମାଛ ମାରିବାକୁ ଯାଇ ଗଞ୍ଜାମ , ବାଲେଶ୍ୱର ଓ ଭଦ୍ରକର ୩ଶହ ମତ୍ସ୍ୟଜୀବୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପାତି ସୁନାପୁର, ରାମେୟପାଟଣା ସମେତ ଆଖପାଖ ୧୦ରୁ ଅଧିକ ଗାଁର ୧୫୦ରୁ ଉଦ୍ଧ୍ୱର୍ ମତ୍ସ୍ୟଜୀବୀ ଫସି ରହିଛନ୍ତି । ତେବେ ଲକ୍ଡାଉନ୍ ପରଠୁ ସେଠାରେ ମାଛ ମାରିବା ବନ୍ଦ ରହିଛି । ଫଳରେ ସେମାନଙ୍କ ପାଖରେ ଯାହା ଟଙ୍କା ଥିଲା ଖାଇବା ପିଇବାରେ ସବୁ ସରିଗଲାଣି । ତେବେ ଅନ୍ୟ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ରାଜ୍ୟ ସରକାର ସ୍ୱତନ୍ତ୍ର ବସ୍ ଯୋଗେ ନେଇ ଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସେମାନେ ଏବେ ମାଛ ମରାମ ବୋଟ୍ରେ ରହୁଛନ୍ତି । ମଶା କାମୁଡୁଥିବାରୁ ସ୍ୱାସ୍ଥ୍ୟବସ୍ଥା ବି ଖରାପ ହେଲାଣି ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ଏମିତିକି ମାଲିକ ଆଉ କିଛି ଟଙ୍କା ଦେଉ ନଥିବାରୁ ବଞ୍ଚିବା ଦିନକୁ ଦିନ କଷ୍ଟକର ହୋଇପଡିଲାଣି । ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ନେବାକୁ ଏକ ଭିଡିଓ ମାଧ୍ୟମରେ ଏହି ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.