ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ବନ୍ଦ

Get real time updates directly on you device, subscribe now.

ଲମତାପୁଟ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ବନ୍ଦ । ବିଦ୍ୟୁତ ପ୍ରକଳ୍ପର ୧ ନମ୍ବର ଟରବାଇନ୍ ଟ୍ରାନ୍ସଫରମରରେ ନିଆଁ ଲାଗିଯାଇଥିଲା । ଫଳରେ ବାରୁ ବୁସ୍ ଟି ଫାଟି ଯିବାରୁ ବିଦ୍ୟୁତ ଉତ୍ପାଦନରେ ବାଧା ସୃଷ୍ଟି କରିଥିଲା ।
ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ପ୍ରକଳ୍ପର ଅନ୍ୟ ଟରବାଇନଗୁଡିକୁ ମଧ୍ୟ ବନ୍ଦ କରି ଦେଇଛନ୍ତି । ଫଳରେ ପ୍ରତି ଘଣ୍ଟାକୁ ୮୦ ମେଗାଓ୍ବାଟ୍ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି । ବିଦ୍ୟୁତ ଉତ୍ପାଦନ ବନ୍ଦ ଯୋଗୁଁ ପ୍ରତି ଘଣ୍ଟାକୁ ଆନୁମାନିକ ୧ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ଘଟୁଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons