ମାଛଧରା ଜାଲରେ ଲାଗିଲା ଛିନ୍ନମସ୍ତାଙ୍କ ମୂର୍ତ୍ତି

Get real time updates directly on you device, subscribe now.

ବଳଙ୍ଗା,(ବି.ବି.ନୁ୍ୟଜ୍): ଭାର୍ଗବୀ ନଦୀରୁ ମାଛ ଧରୁଥିଲା ବେଳେ ଜାଲରେ ଏକ ପ୍ରାଚୀନ ଛିନ୍ନମସ୍ତାଙ୍କ ମୂର୍ତ୍ତି ଲାଗି ଯାଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା । ବର୍ତ୍ତମାନ ଏହି ମୂର୍ତ୍ତିଟିକୁ କେଉଁଠାରେ ରଖାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ ।
ଖବରରୁ ପ୍ରକାଶ, ସୋମବାର ବଳଙ୍ଗା ଗ୍ରାମର ଛବି ଦଳେଇ ତାଙ୍କ ପୁଅଙ୍କ ସହିତ ଏକ କଦଳୀ ଭେଳାରେ ବସି ଭାଗର୍ବୀ ନଦୀରୁ ମାଛ ଧରୁଥିଲେ । ସେ ଭାର୍ଗବୀ ସେତୁ ତଳେ ଥିବା ବ୍ରିଜ ଖୁଣ୍ଟ ନିକଟରେ ଜାଲ ପକାଉଥିଲା ବେଳେ ଜାଲଟି ଭାରି ଲାଗିବାରୁ ଏହା ଏକ ବଡ଼ମାଛ ହୋଇଥିବ ବୋଲି ଛବି ଭାବିଥିଲେ । ଜାଲ ଉପରକୁ ଆଣିବା ପରେ ଛିନ୍ନମସ୍ତାଙ୍କ ଏକ ପ୍ରାଚୀନ ପିତ୍ତଳ ମୂର୍ତ୍ତି ଲାଗିଥିବା ଦେଖି ସେ ଭୟଭୀତ ହୋଇ ପଡ଼ିଥିଲେ । ମୂର୍ତ୍ତିଟିକୁ ଉପରକୁ ଆଣିବା ପରେ ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା । ପରେ ଛବି ମୂର୍ତ୍ତିଟିକୁ ବଳଙ୍ଗା ବଜାରରେ ଥିବା ଏକ ଦୋକାନରେ ରଖି ଦେଇଆସିଥିଲେ । ଏହାକୁ ଦକ୍ଷିଣକାଳୀଙ୍କ ମନ୍ଦିରକୁ ପଠାଯାଇଥିବା କେତେକ କହୁଥିଲା ବେଳେ ଆଉ କେତେକ ଏହା ସାକ୍ଷୀଗୋପାଳ ଢୋଲକାଳିଆକେରାରେ ଥିବା ଏକ ମନ୍ଦିରକୁ ପଠାଯାଇଥିବା କହୁଛନ୍ତି ।
ସୂଚନାଥାଉକି, ଏହି ସ୍ଥାନରେ ପୂର୍ବରୁ ବହୁ ପ୍ରାଚୀନ ମୁଦ୍ରା ଏବଂ ପଥର ସାମଗ୍ରୀ ମିଳିଛି । ଏହା ଉପରେ ଅଧିକ ଗବେଷଣା କରାଗଲେ ବହୁ ତଥ୍ୟ ସମ୍ନାକୁ ଆସିପାରନ୍ତା ବୋଲି ସମାଜସେବୀ କୃପାସିନ୍ଧୁ ଦତ୍ତ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons