କଣ୍ଟାବାଞ୍ଝି, (ବି.ବି.ନୁ୍ୟଜ୍): ଗାଁ ପାଖ ଡ୍ୟାମରୁ ମାଛ ଧରିବାକୁ ଯାଇ ବୁଡ଼ିଗଲେ । ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି । ମୃତକ ଜଣଙ୍କ ହେଲେ ସମରସିଂ ଗାଁର ସୁରେଶ ସିଂ ଝାରମାଝୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ସମରସିଂ ଗାଁ ନିକଟସ୍ଥ ଏକ ଡ୍ୟାମରେ । ଏହି ଗାଁର ସୁରେଶ ସିଂ ଝାରମାଝୀ ରାତ୍ର ସମୟରେ ନିଜ ସ୍ତ୍ରୀ ସହ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ପାଇଁ ସେ ଡ୍ୟାମର ପାଣି ଭିତରକୁ ଯାଇଥିବା ବେଳେ ଆଉ ଫେରିନଥିଲେ । ସୁରେଶ ପାଣିରୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ତୁରେଇକେଲା ଥାନା ଆଇଆଇସି କମଳ ଲୋଚନ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ କଣ୍ଟାବାଞ୍ଝି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗ ପାଣି ଭିତରେ ବହୁତ ଖୋଜା ଖୋଲି କରିବା ପରେ ପ୍ରାୟ ଚରାି ଘଣ୍ଟା ପରେ ସୁରେଶଙ୍କ ଶବ ଉଦ୍ଧାର କରିଥିବା କଣ୍ଟାବାଞ୍ଝି ଅଗ୍ନିଶମ ଅଧିକାରୀ ଅସିତ୍ ଜେନା କରିଛନ୍ତି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।
Comments are closed, but trackbacks and pingbacks are open.