ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

Get real time updates directly on you device, subscribe now.

କଟକ,(ବି.ବି.ବ୍ୟୁରୋ): ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଏସ୍ଓଏସ୍ସି) ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବ । ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଚଳିତ ବର୍ଷ ୨୭ ହଜାର ୬୧୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ଏସ୍ଓଏସ୍ସି ପରୀକ୍ଷା ପାଇଁ ୯ ହଜାର ୩୩ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି । ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ମୋଟ ୧୨୨ଟି କେନ୍ଦ୍ର ଓ ଏସ୍ଓଏସ୍ସି ପାଇଁ ୫୫ଟି କେନ୍ଦ୍ର କରାଯାଇଛି । ତେବେ କାହାର କେଉଁ କେନ୍ଦ୍ରରେ ପରୀକ୍ଷା ହେବ ସେ ସଂପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟରେ ନିଜର ରୋଲ୍ ନମ୍ବର ଲଗ୍ ଇନ୍ କରି ଦେଖିପାରିବେ । ମାଟ୍ରିକ୍ ସପ୍ଳିମେଣ୍ଟାରୀ ୧୪ ଏବଂ ଏସ୍ଓଏସ୍ସି ପରୀକ୍ଷା ୧୬ ତାରିଖରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons