ଧାମରା, (ବି.ବି.ନୁ୍ୟଜ୍): ଏକ ଅପହରଣ ମାମଲାରେ ଅଭିଯୁକ୍ତ ଓ ତା’ର ସହଯୋଗୀକୁ ଧରିବାକୁ ସାଧା ପୋଷାକରେ ଯାଇ ଧାମରା ଥାନା ପୁଲିସକୁ ନାକେଦମ ହେବାକୁ ପଡ଼ିଛି । ଚିଙ୍ଗୁଡ଼ି ଘେରିରେ ଲୁଚିଥିବା ଅପହରଣକାରୀ ଖସିଯାଇଥି୍ବା ବେଳେ ତାଙ୍କ ସହଯୋଗୀଙ୍କୁ ପୁଲିସ ଧରି ଫେରୁଥିବା ବେଳେ ହରଡ଼ଘଣାରେ ପଡ଼ିଛି । ଧରାପଡ଼ିଥିବା ସମ୍ପୃକ୍ତ ଯୁବକଙ୍କ ସହଯୋଗୀମାନେ ପୁଲିସକୁ ନିର୍ଧୁମ ଛେଚିଥିଲେ । ଏକ ଘରେ ଅଟକ ରଖିଥିଲେ । ୩ ଘଣ୍ଟା ଧରି ପୁଲିସକୁ ଏଭଳି ହରକତ ହେବାକୁ ପଡିଥିଲା । ଖବର ପାଇ ବାଂଶଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଟକ ୫ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଗତ ଜୁଲାଇ ୨୦ ତାରିଖରେ ଧାମରା ଥାନାରେ କେସ ନଂ ୩୧/୨୦ ରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା । ଧାମରେଇ ମନ୍ଦିର ନିକଟରେ କୈଳାସ ମାଝୀଙ୍କ ପୁଅ ଚନ୍ଦନ ମାଝୀ ସେହି ଗାଁର ଜଣେ ଯୁବତୀଙ୍କୁ ଅପହରଣ କରିଥିଲା । ଝିଅର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ଦଫା ୩୬୩, ୩୬୬ ଏବଂ ୩୬୬(ଏ) ବଳରେ ଚନ୍ଦନ ମାଝୀଙ୍କ ନାମରେ ମକଦ୍ଧମା ରୁଜୁ କରି ଗିରଫ କରିବା ପାଇଁ ଜାଲ ବିଛାଇଥିଲା । ଘଟଣାର ଗୋଟିଏ ମାସ ପରେ ସୋମବାର ରାତିରେ ଧାମରା ଥାନାର ଜଣେ ସବ୍ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ବାଂଶଡ଼ା ଥାନା ଅଧୀନ ମନ୍ତେଇ ନଦୀ ଅପରପାଶ୍ୱର୍ ନଳଗୋହୀରା ପଞ୍ଚାୟତକୁ ଯାଇଥିଲେ । ସେଠାରେ ଥିବା ହନୁମାନଙ୍କ ମୂର୍ତ୍ତି ନିକଟରୁ ବାମ ପାଶ୍ୱର୍ କାଦୁଅ ରାସ୍ତାରେ ପଶି ଏକ ଚିଙ୍ଗୁଡି ଘେରିରେ ପହଞ୍ଚିଥିଲେ । ମୁଖ୍ୟ ଅଭଯୁକ୍ତ ଚନ୍ଦନ ମାଝୀ ଫୋନକୁ ଲଗାତର ରାଜୁ ତରାଇ ନାମକ ଏକ ଯୁବକ ଫୋନ କରୁଥିଲା । ପୁଲିସ ରାଜୁଙ୍କୁ ଧରି ଚନ୍ଦନ ପାଖେ ପହଞ୍ଚିବା ଆଶଙ୍କା କରି ଚିଙ୍ଗୁଡି ଘେରିରେ ଚଢ଼ଉ କରିଥିଲା ।
ଚିଙ୍ଗୁଡ଼ିଘେରିରୁ ରାଜୁଙ୍କୁ ଧର ପୁଲିସ ବାହାରୁଥିବା ବେଳେ ସ୍ଥିତି ଅଣାୟାତ ହୋଇଥିଲା । ରାଜୁର ସମର୍ଥକମାନେ ଖବର ପାଇ ସେଠାରେ ପହଞ୍ଚି ଥିଲେ । ପୁଲିସ ବାବୁ ମାନଙ୍କୁ ନିର୍ଧୁମ ଛେଚି ଏକ ଘରେ ପୁରାଇ ଦେଇଥିଲେ । ସାଧା ପୋଷାକରେ ଥିବାରୁ କିଏ ତମେ ବୋଲି ପ୍ରଶ୍ନ କରିଥିଲେ । ଏମାନେ ପୁଲିସ ନୁହଁ, ଚୋର ହୋଇଥିବେ । ଆଉ ଚିଙ୍ଗୁଡି ଘେରିରେ ବିଷ ପକାଇବାକୁ ଆସିଥିବା କହି ମାଡ଼ ମାରି ଚାଲିଥିଲେ । ସେମାନେ ନିଜ ପୁଲିସ ପରିଚୟପତ୍ର ଦେଖାଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଯୁବକ କିଛି ଶୁଣି ନ ଥିଲେ ।
ଏମିତି ୩ ଘଣ୍ଟାର ହରକତ ପରେ ନଦୀ ଆରପଟରେ ଥିବା ବାଂଶଡ଼ା ଥାନା ଅଧିକାରୀ କରୁଣାକର ରାଉତ ଖବର ପାଇଥିଲେ । ଧାମରା, ଧାମରା ମେରାଇନ ଓ ବାଂଶଡା ଥାନାରେ ଥିବା ୩୦ରୁ ଅଧିକ ପୁଲିସ ଫୋର୍ସ ଧରି ବାଂଶଡ଼ା ଥାନା ଅଧିକାରୀ ନଳଗୋହୀରାରେ ପହଞ୍ଚିଥିଲେ । ଘର ଭିତରେ ଅଟକ ଥିବା ୫ ପୁଲିସ କର୍ମଚାରୀଙ୍କୁ ମୁକୁଳାଇ ଥିଲେ । ପରେ ମାଡ଼ ଖାଇଥିବା ଧାମରା ପୁଲିସ କର୍ମଚାରୀମାନେ ବାଂଶଡ଼ା ଥାନାରେ ଏତଲା ଦେଇଛନ୍ତି । କେସ ନଂ ୧୪୭/୨୦ରେ ବିଭିନ୍ନ ସଂଗୀନ ଦଫା ଲଗାଇ ୨୫ରୁ ଅଧିକ ଯୁବକଙ୍କ ନାମରେ ମକଦ୍ଧମା ରୁଜୁ କରାଯାଇଛି । ପୁଲିସକୁ ମାଡ ମାରିଥିବା ଅଭିଯୁକ୍ତଙ୍କ ବିରୋଧେ କଡ଼ା ପଦକ୍ଷେପ ନେବାକୁ ଏସ୍ପି ନିଦେ୍ର୍ଧଶ ଦେଇଛନ୍ତି । ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.