ମାନିଲେ ପାକ୍ ବିଦେଶ ମନ୍ତ୍ରୀ:ଜମ୍ମୁ-କାଶ୍ମୀର ଭାରତର

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଭାରତର ରାଜ୍ୟ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁ୍ୟରେସୀ ଆଜି ସ୍ୱୀକାର କରିଛନ୍ତି । ଜେନିଭାରେ ଚାଲିଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକ ପରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ବେଳେ ସେ ‘ଇଣ୍ଡିଆନ ଷ୍ଟେଟ ଅଫ ଜମ୍ମୁ-କାଶ୍ମୀର’ ବୋଲି କହିଥିଲେ । ଏପରି କହି ସେ ଜମ୍ମୁ-କାଶ୍ମୀରକୁ ଭାରତର ରାଜ୍ୟ ବୋଲି ସ୍ୱୀକାର କରିଥିଲେ ।
ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବା ଅବସରରେ କୁ୍ୟରେସୀ କହିଲେ ଯେ ବିଶ୍ୱ ସମୁଦାୟକୁ ଭାରତ ଦେଖାଇବାକୁ ଚାହୁଁଛି ଯେ ପରିସ୍ଥିତି ସ୍ୱାଭାବିକ ହୋଇଛି । ଯଦି ସେଠାରେ ଜୀବନଯାତ୍ରା ସ୍ୱାଭାବିକ ହୋଇଛି ତେବେ ଆପଣମାନଙ୍କୁ କାହିଁକି ସେଠାକୁ ଯିବା ଲାଗି ଅନୁମତି ଦିଆଯାଉନାହିଁ? ଭାରତୀୟ ରାଜ୍ୟ ଜମ୍ମୁ-କାଶ୍ମୀରରେ କ’ଣ ସବୁ ଘଟୁଛି ତାହାର ବାସ୍ତବତା ଅନୁଧ୍ୟାନ କରିବା ଲାଗି ଅନ୍ତର୍ଜାତୀୟ ମିଡିଆ, ବିଭିନ୍ନ ସଙ୍ଗଠନ, ସ୍ୱେଚ୍ଛାସେବୀ ଅନୁÂାନ, ସିଭିଲ ସୋସାଇଟିକୁ ଗସ୍ତରେ ଯିବା ଲାଗି କାହିଁକି ଅନୁମତି ମିଳୁନାହିଁ? ପୂର୍ବରୁ କିନ୍ତୁ ପାକିସ୍ତାନ ସବୁବେଳେ ଜମ୍ମୁ-କାଶ୍ମୀରକୁ ଭାରତ ଅଧିକୃତ କାଶ୍ମୀର ବୋଲି ସମ୍ବୋଧନ କରୁଥିଲା ।
ଅବଶ୍ୟ କୁ୍ୟରେସୀ ପରେ ନିଜର ଭୁଲ ବୁଝିପାରିଥିଲେ ଏବଂ ପୁଣି ପୂର୍ବ ପରି କାଶ୍ମୀରକୁ ନେଇ ଭାରତ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ । କୁ୍ୟରେସୀ ମଧ୍ୟ ବୈଠକରେ ଭାଷଣ ଦେଇ ଭାରତ ବିରୋଧରେ ଅନେକ ଅପପ୍ରଚାର କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons