ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ହୋଇଛି ବୈଠକ। ମାର୍ଚ୍ଚ ୨୦୨୦ ସୁଦ୍ଧା ରାଜ୍ୟରେ ଆହୁରି ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ ଖୋଲାଯିବ ଆଦର୍ଶ ବିଦ୍ୟାଳୟ। ଏହାସହ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଯୋଜନା ରହିଛି।
ଏହି ସବୁ ସ୍କୁଲରେ ଆସନ୍ତା ବର୍ଷ ମାର୍ଚ୍ଚରୁ ପାଠପଢ଼ା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବର୍ତ୍ତମାନ ରାଜ୍ୟର ୨୧୪ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ରହିଛି। ଆଜି ଲୋକସଭା ଭବନରେ ଏନେଇ ବୈଠକ ବସିଥିଲା।
Comments are closed, but trackbacks and pingbacks are open.