ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଅର୍ଥାତ୍ ହାୟର ସେକେଣ୍ଡାରୀ ସ୍କୁଲର ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା (ଥିଓରି) ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ । ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି । ସେହିପରି ମାର୍ଚ୍ଚ ୪ତାରିଖରୁ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେବ । ତେବେ ୨୬ରେ କଳା ବିଭାଗ, ୨୭ରେ ବାଣିଜ୍ୟ, ୨୮ରେ ବିଜ୍ଞାନ ବିଭାଗର ପରୀକ୍ଷା ସରିବ । ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଦେବା ପାଇଁ ୨ଲକ୍ଷ ୧୮ହଜାର ୮୩୧ଜଣ ଫର୍ମ ପୂରଣ କରିଥିବା ବେଳେ ବାଣିଜ୍ୟରେ ୨୫ ହଜାର ୭୭୦, ବାଣିଜ୍ୟରେ ୨୫ ହଜାର ୭୭୦, ବିଜ୍ଞାନରେ ୯୭ ହଜାର ୫୩୬ ଓ ଧନ୍ଦାମୂଳକରେ ୭ ହଜାର ୧୭ଜଣ ଫର୍ମ ପୂରଣ କରିଛନ୍ତି । ଚଳିତ ବର୍ଷ ମୋଟ ୩ଲକ୍ଷ ୪୯ ହଜାର ୧୫୪ ଜଣ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।
ପରିଷଦ ପକ୍ଷରୁ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ସାହୁ କହିଛନ୍ତି ଯେ ଚଳିତ ବର୍ଷ ପରୀକ୍ଷା ପରିଚାଳନାକୁ କଡ଼ାକଡ଼ି କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଦେ୍ର୍ଧଶ ଦେଇଛି । ସମସ୍ତ ପରୀକ୍ଷା କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ରହିବ । ଯେଉଁ କେନ୍ଦ୍ରରେ ସିସିଟିଭି ଲାଗିନଥିବ, ସେହି କେନ୍ଦ୍ରକୁ ବାତିଲ କରି ଦିଆଯିବା ସହିତ ନିକଟସ୍ଥ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ । ତେବେ ଚଳିତ ବର୍ଷ ବହୁସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ରହିବ । ପରିଷଦ ମୁଖ୍ୟାଳୟର ଏକ ସ୍କ୍ୱାଡ୍ ରହିବ । ଏହା ସମେତ ପରିଷଦର ଥିବା ବିଭିନ୍ନ ଜୋନଗୁଡିକ ପକ୍ଷରୁ ଜୋନାଲ୍ ସ୍କ୍ୱାଡ୍ ମୁତୟନ କରାଯିବ । ସେହିପରି ଜିଲ୍ଲାସ୍ତରୀୟ ସ୍କ୍ୱାଡ଼୍ , ବିଭିନ୍ନ ହବ୍ ପକ୍ଷରୁ ସ୍କ୍ୱାଡ୍, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ୍ ରହିବେ । ଏହା ବ୍ୟତୀତ ପ୍ରତି ଜିଲ୍ଲା ପାଇଁ ନୋଡାଲ୍ ଅଫିସର୍ ନିଯୁକ୍ତ ହେବେ । ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨୭ରୁ ଆରମ୍ଭ ହେବ । ଯାହା ଫେବ୍ରୁଆରୀ ୫ରେ ସରିବ । ପ୍ରାକ୍ଟିକାଲ୍ ପରୀକ୍ଷାର ୩ ଦିନ ପୂର୍ବରୁ ୱେବସାଇଟ୍ରେ ପ୍ରତି କଲେଜକୁ ଆଡମିଟ୍ କାଡର଼୍ ଦିଆଯିବ । କଲେଜ କର୍ତ୍ତୃପକ୍ଷ ଆଡମିଟ୍ କାଡର଼୍ ମୁଦ୍ରଣ କରି ଛାତ୍ରଛାତ୍ରୀମାନଙ୍କୁ ଦେବେ ବୋଲି ନିୟନ୍ତ୍ରକ ଡ. ସାହୁ କହିଛନ୍ତି ।
ଯୁକ୍ତ ଦୁଇ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହେବ । ହେଲେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ରର ନିଜ ସିଟ୍ରେ ସକାଳ ୯ଟା ୪୫ ସୁଦ୍ଧା ପହଞ୍ଚିବାକୁ ପଡିବ । ଉଭୟ ଥିଓରି ଓ ପ୍ରାକ୍ଟିକାଲ୍ ପରୀକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧିଷ୍ଟ ତାରିଖରେ ଅନୁÂିତ ହେବ । କୌଣସି ପରିସ୍ଥିତିରେ ଥିଓରି ପରୀକ୍ଷାର ତାରିଖ ବଦଳି ପାରିବ ନାହିଁ । ତେବେ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଶିକ୍ଷାନୁÂାନର ମୁଖ୍ୟମାନେ ସ୍ଥାନୀୟ ଅଞ୍ଚଳରୁ ବିଭିନ୍ନ ବିଭାଗର ପରୀକ୍ଷକଙ୍କୁ ନିଯୁକ୍ତ କରିବେ । ମାର୍କ ଅନୁସାରେ ପରୀକ୍ଷାର ଅବଧି ଠିକ କରାଯାଇଛି । ଥିଓରିର ୧୦୦, ୭୦ ଏବଂ ୬୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟାର ସମୟ ସୀମା ରହିବ । ତେବେ ୫୦ ମାର୍କ ବିଶିଷ୍ଟ ପରୀକ୍ଷା ପାଇଁ ୨ ଘଣ୍ଟା ୩୦ ମିନିଟ୍ ଓ ୪୦ ମାର୍କ ପାଇଁ ୨ ଘଣ୍ଟା ସମୟ ଦିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ସେହିପରି ପ୍ରାକ୍ଟିକାଲ୍ର ୧୦୦, ମାର୍କ ପରୀକ୍ଷା ପାଇଁ ୪ ଘଣ୍ଟାର ସମୟ ସୀମା ଥିବା ବେଳେ ୬୦ ଓ ୩୦ ମାର୍କ ପାଇଁ ୩ ଘଣ୍ଟା ସମୟ ଦିଆଯାଇଛି । ପରୀକ୍ଷା ପରିଚାଳନା ନିର୍ଦ୍ଧାରିତ ସମୟ ଅନୁସାରେ ହେବ । ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ୨୮ରେ ସରିବ । ତେବେ ବାଣିଜ୍ୟ ବିଭାଗର ସମସ୍ତ ପ୍ରକଳ୍ପ ରିପୋର୍ଟ ଓ ମାର୍କ ଫଏଲ୍ ପ୍ରାକ୍ଟିକାଲ୍ ପରୀକ୍ଷା ସରିବାର ୭ ଦିନ ମଧ୍ୟରେ ପରିଷଦରେ ପହଞ୍ଚିବ । ସେହିପରି ସମସ୍ତ ଆବାସିକ ମହାବିଦ୍ୟାଳୟଗୁଡିକ ସେମାନଙ୍କର ପ୍ରାକ୍ଟିକାଲ୍ ପରୀକ୍ଷା ସରିବାର ୭ଦିନ ମଧ୍ୟରେ ଭିଡ଼ିଓ ଫୁଟେଜ୍ ସହିତ ମାର୍କ ପରିଷଦରେ ପହଞ୍ଚାଇବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ସାହୁ କହିଛନ୍ତି । ଅପରପକ୍ଷେ ଏ ପର୍ଯ୍ୟନ୍ତ କେନ୍ଦ୍ର ସଂଖ୍ୟା ଚୂଡାନ୍ତ ହୋଇନାହିଁ । ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଆକଳନ କରାଯାଇ ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକର ନିଷ୍ପତ୍ତି ଅନୁସାରେ କେନ୍ଦ୍ର ଚୂଡାନ୍ତ ହେବ । ତେବେ ଗତ ପରୀକ୍ଷାରେ ପାଖାପାଖି ୧୧ ଶହ ପରୀକ୍ଷା କେନ୍ଦ୍ର ଥିଲା ବୋଲି ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons