ମାର୍ଚ୍ଚ ୩୧ ସୁଦ୍ଧା ଇଣ୍ଡିଆନ୍ ବ୍ୟାଙ୍କ-ଆଲ୍ଲାହାବାଦ ବ୍ୟାଙ୍କ ମିଶ୍ରଣ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଇଣ୍ଡିଆନ୍ ବ୍ୟାଙ୍କ ସହ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ପ୍ରକ୍ରିୟା ଶେଷ ହେବ । ଇଣ୍ଡିଆନ୍ ବ୍ୟାଙ୍କର ଜଣେ ବରିÂ ଅଧିକାରୀ ମଙ୍ଗଳବାର ଏଭଳି ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଇଣ୍ଡିଆନ୍ ବ୍ୟାଙ୍କ ଦକ୍ଷିଣ ଭାରତରେ ସକ୍ରିୟ ରହିଥିବା ବେଳେ ଉତ୍ତର ଓ ପୂର୍ବାଞ୍ଚଳରେ ଆଲ୍ଲାହାବାଦ ବ୍ୟାଙ୍କର ଉପସ୍ଥିତି ଉତ୍ତମ ରହିଛି । ତେଣୁ ଏହି ଦୁଇଟି ବ୍ୟାଙ୍କର ମିଶ୍ରଣ ପରେ ଦେଶର ଅଧିକାଂଶ ଅଞ୍ଚଳରେ ବ୍ୟାଙ୍କର ଉପସ୍ଥିତି ବୃଦ୍ଧି ପାଇବ ।
ଇଣ୍ଡିଆନ୍ ବ୍ୟାଙ୍କ ପରିଚାଳନା ନିଦେ୍ର୍ଧଶକ ପଦ୍ମଜା ଚୁନ୍ଦୁରୁ କହିଛନ୍ତି, ମିଶ୍ରଣ ବାବଦରେ ଆଲୋଚନା ପାଇଁ ପ୍ରଥମେ ବୋର୍ଡ ବୈଠକ ଡାକିବାକୁ ପଡ଼ିବ । ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି । ଆଗାମୀ କିଛି ମାସ ମଧ୍ୟରେ ଉଭୟ ବ୍ୟାଙ୍କର ବୋର୍ଡ ବସି ପ୍ରକ୍ରିୟା ଶେଷ କରିବେ । ମୁଁ ଆଶା କରୁଛି ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ମିଶ୍ରଣ କାର୍ଯ୍ୟ ସମ୍ପନ୍ନ ହେବ ।
ଉଲ୍ଲେଖଯୋଗ୍ୟ, ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହୋଇ ୪ଟିକୁ କମିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ଘୋଷଣା କରିଥିଲେ । ଏହି ଘୋଷଣା ପରେ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ଏ ବାବଦରେ ଅବଗତ କରାଯାଇଥିଲା । ଇଣ୍ଡିଆନ୍ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରି ମିଶ୍ରଣ ପ୍ରକ୍ରିୟା ଶେଷ କରିବା ପାଇଁ ସରକାର ନିଦେ୍ର୍ଧଶ ଦେଇଥିଲେ ।
ଇଣ୍ଡିଆନ୍ ବ୍ୟାଙ୍କ ଖୁବ୍ଶୀଘ୍ର ବୋର୍ଡ ବୈଠକ ଡାକିବ ବୋଲି ପଦ୍ମଜା କହିଛନ୍ତି । ସମ୍ଭବତଃ ଆସନ୍ତା ସପ୍ତାହରେ ଏହି ବୈଠକ ବସିବା ସମ୍ଭାବନା ରହିଛି । ତେବେ ଉଭୟ ବ୍ୟାଙ୍କର ମିଶ୍ରଣ ପରେ ଏକ ବଡ଼ ବ୍ୟାଙ୍କିଙ୍ଗ୍ ସଂସ୍ଥା ସୃଷ୍ଟି ହେବ, ଯାହାର ଉପସ୍ଥିତି ସମଗ୍ର ଦେଶକୁ ବ୍ୟାପିବ ବୋଲି ସେ କହିଛନ୍ତି । ମିଶ୍ରଣ ପରେ ଏହା ଦେଶର ସପ୍ତମ ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ । ଏହାର ମୋଟ କାରବାର ୮.୦୮ ଲକ୍ଷ କୋଟି ଟଙ୍କାକୁ ବଢ଼ିବ । ଶାଖା ସଂଖ୍ୟା ୬,୧୦୦ ହେବାକୁ ଥିବା ବେଳେ କର୍ମଚାରୀ ସଂଖ୍ୟା ୪୩,୦୦୦ରେ ପହଞ୍ଚିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons