ରାଉରକେଲା,(ବି.ବି.ନୁ୍ୟଜ୍): ସ୍ଥାନୀୟ ମାଲଗୋଦାମ ସର୍ଦ୍ଧାର ବସ୍ତିରେ ଗତକାଲି ରାତି ପ୍ରାୟ ସାଢେ଼ ୮ଟା ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଉଦିତନଗର ଥାନା ପୁଲିସ୍ ମାଷ୍ଟରମାଇଣ୍ଡ ସମେତ ଉଭୟ ଗୋÂୀର ୭ ଜଣଙ୍କୁ ଗିରଫ କରିଛି । ଗିରଫ ମାଷ୍ଟରମାଇଣ୍ଡ ମହମ୍ମଦ ପରଭେଜ୍ଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଛି । ତାଙ୍କ ନାମରେ ପୁଲିସ୍ ଏକ ମାମଲା ରୁଜୁ କରିଛି । ଉଭୟ ଗୋÂୀର ୭ ଜଣ ହେଲେ ସୁନ୍ଦର ଦାସ, ଶିବ ଦାସ, ସୁରଜ ରାଓ, ଶୁକ୍ରା ଭୂମିଜ, ମନୋଜ ଭୁମିଜ ଓ ପିଣ୍ଟୁ ରାମ । ଗିରଫ ୭ ଅଭିଯୁକ୍ତଙ୍କ ନାମରେ ଉଦିତନଗର ଥାନା ପୁଲିସ୍ କେସ ନଂ.୨୨୯ ଭାରତୀୟ ଦଣ୍ଡବିଧି ଆଇନ୍ର ଧାରା ୩୪୧/୪୫୨/୩୨୩/୧୪୭/୩୫୪/୪୨୭/୩୭୯/୩୦୭/୧୪୯ ଆଇପିସିରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି । ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟିଥିବା ବେଳେ ପୁଲିସ୍ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ମାଲଗୋଦାମ ସର୍ଦ୍ଧାର ବସ୍ତିରେ ରହୁଥିବା ରୋହିତ ପ;ନାୟକ ଗୋÂୀ ଓ ମହମ୍ମଦ ପରବେଜ ଗୋÂୀ ମଧ୍ୟରେ ଗତ କିଛି ଦିନ ଛକାପଞ୍ଝା ଲାଗି ରହିଥିଲା । ଗତକାଲି ସଂଧ୍ୟାରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ତୁତୁ ମେ ମେ ହୋଇଥିଲା । ଏହାକୁ ନେଇ ମହମ୍ମଦ ପରବେଜ୍ ନିଜର ୨୦/୨୫ ଜଣ ସହଯୋଗୀଙ୍କ ସହ ଉକ୍ତ ବସ୍ତିରେ ପହଂଚି ଗଣ୍ଡଗୋଳ କରିଥିଲେ । ରୋହିତ ନିଜ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ମହମ୍ମଦ ପରବେଜ୍ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଗୋଟିଏ ଗୁଳି ଫୁଟି ନଥିବା ବେଳେ ଆଉ ଗୋଟିଏ ଗୁଳି ତାଙ୍କ ବାମ ହାତରେ ବାଜି ବାହାରି ଯାଇଥିଲା । ସେହିପରି ପାଟି ଶୁଣି ରାଜୁ ଚୌଧୁରୀ ନାମକ ଜଣେ ଯୁବକ ଘଟଣା ସ୍ଥଳରେ ପହଞ୍ଚôବା କ୍ଷଣି ପରବେଜ୍ଙ୍କ ସହଯୋଗୀମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ରାଜୁଙ୍କ ଡାହାଣ କାନ୍ଧ ଓ ବାମ ହାତ ପାପୁଲିରେ ଖଣ୍ଡା ଚୋଟ ବାଜିଥିଲା । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଗୁରୁତର ଦ୍ୱୟଙ୍କୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।


Comments are closed, but trackbacks and pingbacks are open.