ମାସିକ ୫ ଶହ ଟଙ୍କାର ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ‘ଜନଧନ’ ହିତାଧିକାରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକ୍ଡାଉନ ସ୍ଥିତି ଜାରି ରହିଛି । ବହୁ ଲୋକ ସରକାରଙ୍କ ଆଦେଶକୁ ମାନି ଘରେ ରହି ସାମାଜିକ ଦୂରତ୍ୱ ଅବଲମ୍ବନ କରୁଛନ୍ତି । ଏଥିଯୋଗୁ ଦେଶର ବହୁ ଗରିବ ଜୀବିକା ଉପାର୍ଜନର ପନ୍ଥା ହରାଇଛନ୍ତି । ଏପରି ଏକ ସମୟରେ କୌଣସି ଗରିବ ପରିବାର ଯେପରି ଆର୍ଥିକ ଅନଟନର ସମ୍ମୁଖୀନ ନହେବେ ସେହି ଉଦେ୍ଧଶ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଥିବା ମହିଳା ହିତାଧିକାରୀଙ୍କୁ ୩ ମାସ ଲାଗି ମାସିକ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେମାନଙ୍କୁ ତିନିମାସରେ ମୋଟ୍ ୧୫୦୦ ଟଙ୍କାର ସହାୟତା ମିଳିବ ।
ସାଧାରଣତଃ ମହିଳମାାନଙ୍କ ଉପରେ ପରିବାର ଚଳାଇବାର ଦାୟିତ୍ୱ ରହିଥାଏ । ସେଥିପାଇଁ ଦେଶର ୨୦.୪୦ କୋଟି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳା ହିତାଧିକାରୀମାନଙ୍କୁ ମାସିକ ୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି) ଜରିଆରେ ଜନଧନ ଯୋଜନାର ମହିଳା ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ସହାୟତା ପଠାଯାଉଛି ।
ଏହାଦ୍ୱାରା ଓଡ଼ିଶାରେ ଥିବା ୩୯.୫୧ ଲକ୍ଷ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀ ଉପକୃତ ହୋଇଥିବା ସୂଚନା ମିଳିଛି । ଏହି ହିତାଧିକାରୀଙ୍କୁ ପ୍ରଥମ ମାସର ଆର୍ଥିକ ସହାୟତା ସ୍ୱରୂପ ୫୦୦ ଟଙ୍କା ଲେଖାଏଁ ମିଳିସାରିଥିବା ସୂଚନା ମିଳିଛି । ଓଡ଼ିଶାରେ ଥିବା ଜନଧନ ଯୋଜନାର ମହିଳା ହିତାଧିକାରୀମାନଙ୍କୁ ତିନି ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ଉଦେ୍ଧଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୯୨.୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଇତି ମଧ୍ୟରେ ଜନଧନ ଯୋଜନାରେ ଉପକୃତ ହୋଇଥିବା ଓଡ଼ିଶାର କିଛି ମହିଳା ହିତାଧିକାରୀମାନଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି । ସେମାନେ ଏହି ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜନଧନ ଆକାଉଣ୍ଟରେ ୫୦୦ ଟଙ୍କାର ସହାୟତା ପାଇଥିବା ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ରେମଣ୍ଡା ଗ୍ରାମର ମହିଳା ହିତାଧିକାରୀ ସୁନିତା ଭୋଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ ଜଣେ ଜନଧନ ଆକାଉଣ୍ଟଧାରୀ ମହିଳା ଜଗତସିଂହପୁର ଜିଲ୍ଲାର ପ୍ରଜ୍ଞାପ୍ରଲୁବ୍ଧା ସ୍ୱାଇଁ କରୋନା ଲକ୍ଡାଉନ୍ ସମୟରେ ୫୦୦ ଟଙ୍କାର ସହାୟତା ପାଇଁ ଏହାକୁ ଘର ଖର୍ଚ୍ଚରେ ବିନିଯୋଗ କରିଥିବାରୁ ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବାଲେଶ୍ୱର ଜିଲ୍ଲାର ମହିଳା ଜନଧନ ଆକାଉଣ୍ଟଧାରୀ ମଞ୍ଜୁ ମହାନ୍ତି ଏହି ଜିଲ୍ଲାର ଦୁର୍ଗାପୁର ଗ୍ରାମର ସୁକାନ୍ତି ମହାନ୍ତି, ବାସୁମତି ମହାନ୍ତି, କରୋନା ସମୟରେ ୫୦୦ ଟଙ୍କାର ଆର୍ଥିକ ସହାୟତା ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ନୟାଗଡ଼ ଜିଲ୍ଲା ଖଣ୍ଡୁଗାଁ ଗ୍ରାମର ଜଣେ ମହିଳା ହିତାଧିକାରୀ ସୁକାନ୍ତି ଦାସ ୫୦୦ ଟଭ୍କାର ସହାୟତରା ନିଜ ଜନଧନ ଆକାଉଣ୍ଟରେ ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବବିତା ଜଲାଲ ନାମ୍ନୀ ମହିଳା ଜନଧନ ଆକାଉଣ୍ଟରେ ୫୦୦ ଟଙ୍କା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଗରିବ ଲୋକଙ୍କ କଲ୍ୟାଣ ପାଇଁ ଏଭଳି ଆର୍ଥିକ ସ÷ାୟତା ନିମନ୍ତେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଶର ଅର୍ଥ ବ୍ୟବସ୍ଥା ଉପରେ କୋଭିଡ-୧୯ ମହାମାରୀର ଆର୍ଥିକ ପ୍ରଭାବକୁ ହ୍ରାସ କରିବାକୁ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିଦେ୍ର୍ଧଶକ୍ରମେ ଗତ ମାର୍ଚ୍ଚ ମାସ ୨୬, ୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ତଦନୁଯାୟୀ ବିଭିନ୍ନ ଯୋଜନା ମାଧ୍ୟମରେ ଦେଶର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons