ମାସେ ପରେ ହଟିଲା କଟକଣା

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଯ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା । ମାସେ ପରେ କିଛି ଅଞ୍ଚଳକୁ ଛାଡ଼ି ଆଜି ବହୁ ସ୍ଥାନରୁ ବଫର ଜୋନ୍ ଓ କଣ୍ଟେନମେଣ୍ଟ ଜୋନ୍ ଆଦେଶ ପ୍ରତ୍ୟାହାର କରାଯିବା ସହ ଘଟଣା ପ୍ରତ୍ୟାହାର କରିନିଆଯାଇଛି । ଆଜି ସକାଳ୬ଟାରୁ ଏହି ଆଦେଶ କାର୍ଯ୍ୟକାରୀ ହୋଇଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମେନ୍ ରୋଡର ଡାହାଣ ପାଶ୍ୱର୍ରେ କଣ୍ଟେନମେଣ୍ଟ ଜୋନ୍ରେ ଥିବା ଅଞ୍ଚଳରେ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଜନତା ନିବାସ ଛକ ଠାରୁ ଆନନ୍ଦ ଭବନ ଛକ ମଧ୍ୟରେ ମୁଖ୍ୟ ରାସ୍ତାକୁ ସମ୍ମୁଖ କରି ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ସମସ୍ତ ଦୋକାନ ଏବଂ ବ୍ୟବାୟିକ ପ୍ରତିÂାନ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସବୁ ଅଞ୍ଚଳରେ ପଜିଟିଭ୍ କେଶ୍ ବାହାରିଥିବାରୁ ଏବଂ ତଦନୁଯାୟୀ ଯଥେଷ୍ଟ ସଂଖ୍ୟକ ଲୋକମାନଙ୍କର ସ୍ୱାବ ପରୀକ୍ଷା ହୋଇପାରିନଥିବାରୁ କଣ୍ଟେନମେଣ୍ଟ ଆଦେଶ ବର୍ତ୍ତମାନ ପାଇଁ ବଳବତ୍ତର ରଖାଯିବ ବୋଲି ସ୍ଥିର କରାଯାଇଛି । ଉକ୍ତ ଅଞ୍ଚଳମାନଙ୍କରେ ରହୁଥିବା ଜନସାଧାରଣ ସ୍ୱାବ ପରୀକ୍ଷା ଲାଗି ଆଗେଇ ଆସିବା ନିମେନ୍ତ ରାଉରକେଲା ମହାନଗର ନିଗମ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons