ମାସ୍କ ନ ପିନ୍ଧିଲେ ଫାଇନ୍‌: ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ୫୦୦ ଏବଂ ସହରାଞ୍ଚଳ ଲୋକଙ୍କ ପାଇଁ ୧୦୦୦ ଟଙ୍କା

Get real time updates directly on you device, subscribe now.

ବ୍ରହ୍ମପୁର: ମାସ୍କ ନ ପିନ୍ଧିଲେ ଗଣିବେ ତଣ୍ଡ। ଏଭଳି ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗ୍ରାମାଞ୍ଚଳରେ ମାସ୍କ ପିନ୍ଧିନଥିବା ବ୍ୟକ୍ତି ୫୦୦ ଟଙ୍କା ଜରିମାନା ଦେବେ। ଏବଂ ସହରାଞ୍ଚଳର କୌଣସି ବ୍ୟକ୍ତି ମାସ୍କ ନ ପିନ୍ଧି ବାହାରକୁ ବାହାରିଲେ ୧୦୦୦ ଟଙ୍କା ଫାଇନ୍ ଦେବେ। ଧୀରେ ଧୀରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା ହୁହୁ ହୋଇ ବଢି ଚାଲିଛି। କିଛିଦିନ ତଳେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୩ରେ ସୀମିତ ଥିବା​‌ବେଳେ ବର୍ତ୍ତମାନ ସୁଦ୍ଧା ୨୩ରେ ପହଞ୍ଚିଛି। ବ୍ରହ୍ମପୁର ଅଞ୍ଚଳର ଗୋଟିଏ ସ୍ଥାନକୁ କରୋନା ହଟସ୍ପଟ ଭାବେ ଘୋଷଣା ହେବା ପରେ ଜିଲ୍ଲା ପ୍ରଶାସନ ନିୟମ କଡ଼ାକଡ଼ି କରିଛି।
ସେହିପରି ଭୁବନେଶ୍ବରରେ କରୋନା ପଜିଟିଭ ସଂଖ୍ୟା ୧୬କୁ ଛୁଇଁଛି। ସେଥିଲାଗି ରାଜଧାନୀର ବିଭିନ୍ନ ଅଞ୍ଚଳକୁ ବିଏମ୍‌ସି ସିଲ୍ କରିଛି। ଅନ୍ୟପଟେ ବିଏମ୍‌ସି କମିଶନର ଏବଂ ପୋଲିସ୍‌ କମିଶନର ପ୍ରେସମିଟ୍‌ କରି ଜନସାଧାରଣଙ୍କୁ ତାଗିଦ କରିଛନ୍ତି। ପୂର୍ବ ନିୟମ ଅନୁଯାୟୀ, ଦୋକାନୀ ଗ୍ରାହକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେବେ। ଯଦି ନିୟମ ଭାଙ୍ଗନ୍ତି ତେବେ ଦୋକାନୀଙ୍କ ଟ୍ରେଡିଂ ଲାଇସେନ୍ସ ରଦ୍ଦ କରିବା ସହ ଗ୍ରାହକଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ।
ଏହାସହ ସଟଡାଉନ୍ ଏବଂ ଲକଡାଉନ ନିୟମ ଶେଷ ହେବା ପରେ କେହି ମନଇଚ୍ଛା ବୁଲିବା ଉପରେ ମଧ୍ୟ ପୋଲିସ୍‌ କମିଶନର ଅଙ୍କୁଶ ଲଗାଇଛନ୍ତି। ଯେପର୍ୟ୍ୟନ୍ତ କରୋନା ରୋଗର ଚିକିତ୍ସା ପାଇଁ କୌଣସି ବିକଳ୍ପ ନ ବାହାରିଛି ଯେପର୍ୟ୍ୟନ୍ତ ଅର୍ଥାତ ୬ ପର୍ୟ୍ୟନ୍ତ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ପୋଲିସ୍ କମିଶନର ସୁଧାଂଶୁ ସଡ଼ଙ୍ଗୀ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons