ମାସ ଶେଷ ସୁଦ୍ଧା ମାଟ୍ରିକ୍ ଫଳ: ସମୀର ଦାଶ

Get real time updates directly on you device, subscribe now.

ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ଫଳ । ପୂର୍ବରୁ ଯାହା କୁହାଯାଇଥିଲା, ସେହି ଅନୁସାରେ ଜୋରସୋରରେ ମୂଲ୍ୟାୟନ ଚାଲିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଚଳିତ ୧୭ ତାରିଖରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା । ୟୁ-ଟୁ୍ୟବ୍ ମାଧ୍ୟମରେ ଦିନ ୧୦ଟା ୪୫ରୁ ୧ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ପ୍ରତିଦିନ ୪ଟି ପିରିୟଡ୍ ପଢ଼ାଯିବ । ପ୍ରତି କ୍ଲାସ୍ର ବ୍ୟବଧାନ ୩୦ ମିନିଟ୍ ରହିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ଟି ପିରିୟଡ୍ ପାଠପଢ଼ା ହେବ । ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ବିଷୟବସ୍ତୁ ସ୍ଥିର କରିବାକୁ କୁହାଯାଇଛି । ୧୮ ତାରିଖରେ ଡିଇଓମାନଙ୍କ ଏକ ବୈଠକ ରଖାଯାଇଛି । ୩୦ଟି ଯାକ ଜିଲ୍ଲାର ଡିଇଓ ଏଥିରେ ସାମିଲ ହେବେ । ୟୁ-ଟୁ୍ୟବ୍ ମାଧ୍ୟମରେ ଶିକ୍ଷାଦାନ ସମ୍ପର୍କିତ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ । କରାନା ସହିତ ପିଲାମାନଙ୍କ କିପରି ପାଠପଢ଼ା ଯାଇପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।
ସେହିପରି କରୋନା ପରିସ୍ଥିତିକୁ ଦେଖି ସ୍କୁଲ କେବେ ଖୋଲିବ ତାହା ଏବେଠୁ କହିହେବ ନାହିଁ । ବିଶେଷଜ୍ଞ କମିଟିର ପରାମର୍ଶ ଓ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପରେ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଯୁକ୍ତ ଦୁଇ ମୂଲ୍ୟାୟନ ବିଶେଷଜ୍ଞ କମିଟି ରିପାର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସେ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଯୁକ୍ତ ଦୁଇ ମୂଲ୍ୟାୟନ ବିଶେଷଜ୍ଞ କମିଟିର ଦୁଇଟି ବୈଠକ ସରିଛି । ୧୫ ତାରିଖ ସୁଦ୍ଧା କମିଟି ତୃତୀୟ ବୈଠକ ଶେଷ କରି ଡ୍ରାଫ୍ଟ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି । ଡ୍ରାଫ୍ଟ ରିପୋର୍ଟ ପାଇବା ପରେ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ କିଭଳି ବିକଳ୍ପ ମୂଲ୍ୟାୟନରେ ମାର୍କ ପାଇବେ ତାହା ସ୍ଥିର ହେବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons