ମା” ଶାରଳାଙ୍କ ମନ୍ଦିର ଖୋଲିବା ଓ ସେବାୟତ ମାନଙ୍କୁ ସହାୟତା ଦାବିରେ ମନ୍ଦିର ସମ୍ମୁଖରେ ସେବାୟତ ସଂଘ ପକ୍ଷରୁ ଘଣ୍ଟ ବାଡେଇ ପ୍ରତିବାଦ”
ଜଗତସିଂହପୁର/ନାଉଗାଁ, (ବି.ବି.ନୁ୍ୟଜ୍):ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ କନକପୁର ସ୍ଥିତ ମା” ଶାରଳାଙ୍କ ମୁଖ୍ୟ ପାଂଟକ ସମ୍ମୁଖରେ ଓଡିଶା ସେବାୟତ ସଂଘ ପକ୍ଷରୁ ଘଣ୍ଟ ବାଡେଇ ବିକ୍ଷୋଭ କରାଯାଇଛି।
ସୁଚନା ଥାଉ କି, ସରକାରଙ୍କ covid 19 କଟକଣା ଯୋଗୁ ଦୀର୍ଘ ୬ମାସ ହେବ ମନ୍ଦିର ମାନଙ୍କୁ ବନ୍ଦ କରି ଦିଆ ଯାଇଛି। କେବଳ ସିମିତ ସେବାୟତଙ୍କ ଦ୍ବାରା ମା”ଙ୍କ ନୀତି ବିଧି, ପୂଜା ପାଠ ଚାଲିଥିବା ବେଳେ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ମଧ୍ୟରେ ପ୍ରବେଶ ନିଷେଧ କରା ଯାଇଛି। ଯାହା ପଂଳରେ ଉକ୍ତ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ୨ଶହ ରୁ ୩ଶହ ସେବାୟତ ପରିବାର ରୋଜଗାର ଶୂନ୍ୟ ହୋଇ ପଡିବା ନେଇ, ଦୁର୍ଦିନରେ ଗତି କରୁଥିବା ଅଭିଯୋଗ କରିଛନ୍ତି। ଏଥି ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ନିକଟରେ ସେବାୟତ ମାନଙ୍କୁ କୋଭିଡ ସମୟରେ ସହାୟତା ପ୍ରଦାନ କରିବା ପାଇଁ ଦାବି ହେଉଥିଲେ ମଧ୍ୟ ମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାର ତିଳେ ମାତ୍ର କର୍ଣ୍ଣପାତ କରୁ ନାହାନ୍ତି। ଏଥି ସହିତ unluck ଗାଇଡ ଲାଇନରେ covid 19 ନିୟମକୁ ପଂଲୋ କରି ମନ୍ଦିର ଗୁଡିକୁ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ରହିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସେବାୟତ ମାନେ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ଦେଖା ଦେଇଛି, ମା” ଶାରଳାଙ୍କ ପ୍ରମୁଖ ପର୍ବ ପର୍ବାଣି ମଧ୍ୟରେ ଶାରଦୀୟ ପାର୍ବଣ ପୂଜା ଅନ୍ୟତମ। ବର୍ତ୍ତମାନ ଏହି ପାର୍ବଣ ପୂଜା ଜାରି ରହିଛି। ଏହି ପାର୍ବଣ ପୂଜାରେ ଦୈନିକ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଥାଏ ମା’ଙ୍କ ଆଶିର୍ବାଦ ପାଇବା ପାଇଁ। ହେଲେ, ମନ୍ଦିର ବନ୍ଦ ନେଇ ମନ୍ଦିର ପରିସର ଖାଁ ଖାଁ ପାଲଟିଛି। ତେଣୁ ତୁରନ୍ତ ଜିଲ୍ଲାପ୍ରଶାସନ ମା”ଙ୍କ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରିବା ସହିତ ସେବାୟତ ମାନଙ୍କୁ ସହାୟତା ବ୍ୟବସ୍ଥା କରାଇବା ପାଇଁ ସେବାୟତ ସଂଘ ପକ୍ଷରୁ ଘଣ୍ଟ ବାଡେଇ ବାଡେଇ ଦାବି କରାଯାଇଛି।
Comments are closed, but trackbacks and pingbacks are open.