ମିଳିଲାନି ସହାୟତା, ଫୁଟପାଥ୍‌ରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା

Get real time updates directly on you device, subscribe now.

ପାରାଦୀପ : ରାସ୍ତା କଡ ଫୁଟପାଥରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଭଳି ସହରର ବଡପଡିଆ ମାର୍କେଟ ନିକଟରେ । ଭିକ୍ଷା ବୃତ୍ତି କରି ଚଳୁଥିବା ଏକ ପରିବାର ଶନିବାର ଦିନ ଟ୍ରାଇ ସାଇକେଲ ଯୋଗେ କଟକରୁ ଆସି ପାରାଦୀପରେ ପହଁଚିବା ପରେ ସଂଧ୍ୟା ବେଳେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସେ ରାସ୍ତା କଡ ଫୁଟପାଥରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।
ସେହି ରାସ୍ତା ଦେଇ ଅନେକ ଲୋକ ଯାତାୟାତ କରୁଥିଲେ ମଧ୍ୟ କେହି ସହଯୋଗର ହାତ ବଢ଼ାଇ ନଥିଲେ । ଏପରିକି ରାସ୍ତା କଡରୁ ପ୍ରାୟ ଶହେ ମିଟର ଦୂରରେ ଥିବା ବନ୍ଦର ଚିକିତ୍ସାଳୟ ଥିଲେ ସୁଦ୍ଧା କେହି ହେଲେ ମା’ ଓ ନବଜାତ ଶିଶୁପୁତ୍ରକୁ ମେଡିକାଲ ନେଇନଥିଲେ । ତେବେ କିଛି ସମୟ ପରେ ମେଡିକାଲରୁ କେହି ଜଣେ କର୍ମଚାରୀ ଆସିଥିଲେ ସୁଧା ସେମାନଙ୍କ ସହ କଥାବାର୍ତ୍ତା ହୋଇ ଫେରି ଯାଇଥିବା ଜଣାପଡିଛି ।
ଖବର ପାଇ ପାରାଦୀପ ଆଦର୍ଶ ଥାନାର ଅଧିକାର ପୋଲିସ କର୍ମୀଙ୍କୁ ପଠାଇବା ସହିତ ଆମ୍ବୁଲାନ୍ସ ସାହାଯ୍ୟରେ ମା’ ଓ ନବଜାତ ଶିଶୁକୁ ପାରାଦୀପ ଅଠରବାଙ୍କୀ ମେଡ଼ିକାଲକୁ ପଠାଇ ଦେଇଛନ୍ତି । ତେବେ ପାରାଦୀପ ବଡପଡିଆ ନିକଟରେ ବନ୍ଦର ଚିକିତ୍ସାଳୟ ଥିଲେ ମଧ୍ୟ କେହି ସହଯୋଗ କରି ନଥିବାରୁ ସାଧାରଣରେ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons