ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଦିବସ ଅବସରରେ ରାଜ୍ୟର ଅଗଣିତ ମହିଳାମାନଙ୍କୁ ଭେଟି ଦେଇଛନ୍ତି । ରାଜ୍ୟର ୭୦ ଲକ୍ଷ ମହିଳାମାନଙ୍କୁ ସଶକ୍ତ କରିଥିବା ‘ମିଶନ ଶକ୍ତି’କୁ ରାଜ୍ୟ ସରକାର ସ୍ୱତନ୍ତ୍ର ବିଭାଗ କରିଛନ୍ତି । ବିଶ୍ୱ ମହିଳା ଦିବସ ଅବସରରେ ଆଜି ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସ୍ୱତନ୍ତ୍ର ବିଭାଗ ରାଜ୍ୟର ମହିଳାମାନଙ୍କ ପ୍ରତି ଉତ୍ସର୍ଗୀକୃତ ବୋଲି ସେ କହିଛନ୍ତି । ସମଗ୍ର ଦେଶରେ ଏଭଳି ସ୍ୱତନ୍ତ୍ର ବିଭାଗ ଗଠନ ହେବାରେ ଏହା ହେଉଛି ପ୍ରଥମ । ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ଶ୍ରେÂ ଅଙ୍ଗନବାଡ଼ି କେନ୍ଦ୍ର, ଶ୍ରେÂ ମହିଳା ସ୍ୱୟଂ ସହାୟିକା ଗୋÂି, ଶ୍ରେÂ ଅଙ୍ଗନବାଡ଼ି କର୍ମୀ, ବ୍ୟାଙ୍କକୁ ମଧ୍ୟ ପୁରସ୍କୃତ କରିଛନ୍ତି । ମହିଳା ଦିବସ ଅବସରରେ ଅପହଞ୍ଚ ଇଲାକାରେ ମହିଳା ଓ ଶିଶୁଙ୍କ ପୁଷ୍ଟିସାଧନର ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ‘ସୋପାନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ମିଶନ ଶକ୍ତି ବିଭାଗ ଦ୍ୱାର କାର୍ଯ୍ୟକାରୀ ହେବ ।
ବିଶ୍ୱ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମହିଳାମାନଙ୍କୁ ଶୁଭେଛା ଜଣାଇବା ସହ କହିଛନ୍ତି, ଓଡ଼ିଶା ଏବେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ବିକାଶର ସବୁ କ୍ଷେତ୍ରରେ ଆମ ମା’ ମାନେ ଆଜି ଆଗୁଆ । ଆମ ମା ମାନଙ୍କର ସଂଗ୍ରାମ, ଆତ୍ମବିଶ୍ୱାସ ଓ ସଫଳତା ଆମ ସମସ୍ତଙ୍କୁ ସମ୍ମୋହିତ କରିଛି । ପୁଷ୍ଟିସାଧନ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ୨୨ ଜିଲ୍ଲାରେ ୧୨୫ଟି ପ୍ରୋଜେକ୍ଟ ମାଧ୍ୟମରେ ୬ ବର୍ଷରୁ କମ୍ ଶିଶୁ, କିଶୋରୀ, ବାଳିକା ଓ ଗର୍ଭବତୀ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଲେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ନୂଆ ଯୁଗର ଆରମ୍ଭ କରିଛି । ମିଶନ ଶକ୍ତିରେ ଏବେ ୭୦ ଲକ୍ଷ ମହିଳା ଅନ୍ତର୍ଭୁକ୍ତ ହୋଇଛନ୍ତି । ପଞ୍ଚାୟତିରାଜରେ ୫୦ଧ ଆସନ ସଂରକ୍ଷଣ କରାଯାଇଛି । ମା’ ମାନଙ୍କର ସାମାଜିକ ଓ ଆର୍ଥିକ ସଶକ୍ତିକରଣ ଏବେ ଉଦାହରଣ । କ୍ରୀଡ଼ାଠାରୁ ଆରମ୍ଭ କରି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ବେଶ ଉତ୍ସାହଜନକ । ଓଡ଼ିଶା ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଚଳିତବର୍ଷ ସରକାର ସ୍ୱତନ୍ତ୍ର ଭାବେ ପୋଷଣ ବଜେଟ୍ ଆଣିଛନ୍ତି । ମା ଓ ଶିଶୁଙ୍କ ପୁଷ୍ଟିସାଧନକୁ ଏହା ଫୋକସ୍ କରୁଛି ।
ନବୀନ କହିଲେ, ଓଡ଼ିଶାର ଝିଅ ଓ ମା’ ମାନେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ଦୂତୀ ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସଙ୍କ ଭଳି ମହିଳାମାନେ ଦେଶ ବିଦେଶରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ମହିଳା ସ୍ୱାଧୀନତା ଓ ସଶକ୍ତିକରଣରେ ଏମାନେ ସମଗ୍ର ଦେଶର ମହିଳାମାନଙ୍କ ପାଇଁ ଉଦାହରଣ । ମା’ମାନଙ୍କ ଅଧିକାର, ହକ୍ ଓ କଲ୍ୟାଣ ପାଇଁ ମୋ ସରକାର ପ୍ରତିବଦ୍ଧତାର ସହ କାମ କରୁଛି ଓ କରି ଚାଳିବ ବୋଲି ମୁଖ୍ୟମନ୍ତ୍ରୀ ଦମ୍ଭର ସହ କହିଛନ୍ତି ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାମ ପାଇଁ ମୟୂରଭଞ୍ଜ, ଢେ଼ଙ୍କାନାଳ ଓ ଗଜପତି ଜିଲ୍ଲାକୁ ପୁରସ୍କୃତ କରିଥିଲେ । ସେହିଭଳି ବାଲେଶ୍ୱରର ବାଲିଆପାଳ ଶ୍ରୀରାପୁରର ଶକ୍ତି ଶଙ୍କରନାଥ ଏସଏଚଜି, ଗଞ୍ଜାମ ପୁରୁଷୋତ୍ତମପୁର ଆଚୁଳିର ମହାଲକ୍ଷ୍ମୀ ଏସଏଚଜି ଏବଂ ମାଲକାନଗିରି ପାଲମେଟାର ମା ମୌଲି ମହିଳା ଏସଏଚଜିକୁ ଉଲ୍ଲେଖନୀୟ କାମ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ୩୦ ଜିଲ୍ଲାର ଶ୍ରେÂ ୩୦ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ସହ ଶ୍ରେÂ ବ୍ୟାଙ୍କ ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ପୁରସ୍କୃତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ପୁଷ୍ଟିସାଧନକୁ ସରକାର ସର୍ବାଧିକ ଫୋକସ୍ କରିବେ । ଗର୍ଭବତୀ ଓ ପ୍ରସୂତୀଙ୍କ ପାଇଁ ଅତିରିକ୍ତ ଗରମ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବାକୁ ନିଷ୍ପତି ହୋଇଛି । ଗୋÂିଭିତ୍ତିକ ପରିଚାଳନା ସହ ପୁଷ୍ଟିହୀନ ଶିଶୁଙ୍କୁ ଖାଦ୍ୟ ଯୋଗାଣ ସହ ଅପହଞ୍ଚ ଇଲାକାରେ ପଡ଼ାପୁଷ୍ଟି କାର୍ଯ୍ୟକ୍ରମରେ ଜରିଆରେ ପୁଷ୍ଟିସାଧନ ସେବା ଯୋଗାଇବା, ରନ୍ଧାଖାଦ୍ୟକୁ ଅଧିକ ପୁଷ୍ଟିଯୁକ୍ତ ଓ ଭିଟାମିନଯୁକ୍ତ କରାଇବାକୁ ପଦକ୍ଷେପ ନିଆଯିବ ।
ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ‘ସୋପାନ’ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ଆଦିବାସୀ ଅଧୁ୍ୟଷିତ ଅପହଞ୍ଚ ଇଲାକାରେ ପୁଷ୍ଟିସଖୀ ନାମରେ ଗୋÂିଗତ ମାନବସମ୍ବଳ ମୁତୟନ କରାଯିବ । ପୁଷ୍ଟିସାଧନରେ ଉଲ୍ଲେଖନୀୟ କାମ କରିଥିବା ପଞ୍ଚାୟତକୁ ପୁରସ୍କୃତ କରାଯିବା ସହ ସ୍ୱୟଂ ସହାୟିକା ଗୋÂୀକୁ ପୁରସ୍କୃତ କରାଯିବ । ପୁଷ୍ଟିସାଧନ ପାଇଁ ବଜେଟ ବ୍ୟୟବରାଦକୁ ଠିକଣା ଭାବେ ଖର୍ଚ୍ଚ କରିବାକୁ ଆନୁଷଙ୍ଗିକ ବିଭାଗର ସହଯୋଗ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମହିଳା ଦିବସ ଅବସରରେ ସ୍ପଷ୍ଟ କରିଛନ୍ତି ।
ଏ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ମହିଳା କମିଶନ ଅଧ୍ୟକ୍ଷ୍ୟା ମିନତୀ ବେହେରା, ବିଭାଗୀୟ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଉପଦେଷ୍ଟା ସୁଲତା ଦେଓ, ଉନ୍ନୟନ କମିଶନର, ବିଭାଗର ସଚିବ ଓ ନିଦେ୍ର୍ଧଶିକା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.