ମୁକାବିଲା ପାଇଁ କେନ୍ଦ୍ର ପୂର୍ଣ୍ଣ ସହଯୋଗ କରିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାତ୍ୟା ‘ୟାସ୍’ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଏବଂ ଏହାର ସମସ୍ତ ଏଜେନ୍ସିମାନଙ୍କ ପକ୍ଷରୁ ଓଡ଼ିଶା ସମେତ ଅନ୍ୟ ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକୁ ସବୁ ପ୍ରକାର ସହଯୋଗ କରାଯିବ । ଏ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ‘ୟାସ’ ସଂପର୍କରେ ଆଜି ସେ ସମୀକ୍ଷା କରିବା ସହ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ କ୍ଷେତ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପ୍ରଶାସନକୁ ଶ୍ରୀ ଶାହ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡବାତ୍ୟା “ୟାସ ‘ର ମୁକାବିଲା ପ୍ରସ୍ତୁତି ସଂପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜର ଉପ ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ନିର୍ଦ୍ଧିଷ୍ଟ ଭାବେ ସଂପୃକ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ର ପ୍ରଶାସନକୁ କୋଭିଡ଼ ୧୯ ହସ୍ପିଟାଲ, ପରୀକ୍ଷାଗାର, ଟିକା କୋଲ୍ଡ ଚେନ ତଥା ଅନ୍ୟାନ୍ୟ ମେଡ଼ିକାଲରେ ବିଜୁଳି ଯୋଗାଣର ପର୍ଯ୍ୟାପ୍ତ ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ଉପରେ ଜୋର ଦେଇଛନ୍ତି । ପ୍ରଭାବିତ ହେବାକୁ ଥିବା ମେଡିକାଲ ଅଞ୍ଚଳରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା, ଅrିଜେନ୍ ପ୍ଲାଣ୍ଟର ନିରାପତ୍ତା ଓ ଅତି କମରେ ଦୁଇ ଦିନ ପାଇଁ ଅrିଜେନର ବଫର ଷ୍ଟକ ୍ ମହଜୁଦ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟଗୁଡ଼ିକୁ ଯେଉଁ ଅrିଜେନ ୍ ଟ୍ୟାଙ୍କର ଆବଣ୍ଟନ କରାଯାଇଛି ସେସବୁ ଯେଭଳି ସହଜରେ ପରିବହନ ହୋଇପାରିବ ଏବଂ ରୋଗୀସେବାରେ କୌଣସି ସମସ୍ୟା ଉପୁଜିବ ନାହିଁ ସେଥିପ୍ରତି ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ଶକ୍ତି ଉତ୍ପାଦନ କେନ୍ଦ୍ରର ନିରାପତ୍ତା ସହ ହସପିଟାଲ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଏବଂ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ବାତ୍ୟା ପୂର୍ବରୁ କୂଳକୁ ଫେରାଇ ଆଣିବା କାର୍ଯ୍ୟ ରାଜ୍ୟମାନେ ସୁନିଶ୍ଚିତ କରିବାକୁ ଶାହ ନିଦେ୍ର୍ଧଶ ଦେଇଛନ୍ତି ।
ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା, ଲୋକମାନଙ୍କ ନିକଟରେ ବାତ୍ୟା ସଂପର୍କୀତ ଆଗୁଆ ସୂଚନା ପହଞ୍ଚାଇବା ଏବଂ ପଞ୍ଚାୟତ ମାଧ୍ୟମରେ ସଚେତନ କରିବାକୁ ସେ କହିଛନ୍ତି । ଓଡ଼ିଶା ଢାଞ୍ଚାକୁ ଅନୁସରଣ କରି ହୋମଗାଡର଼୍, ଏନସିସି ଓ ସିଭିଲ ଡିଫେନ୍ସକୁ ସ୍ୱେଚ୍ଛାସେବୀ ଭାବେ ଲୋକମାନଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟରେ ନିୟୋଜିତ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି । ଆଗୁଆ ମାନବମ୍ବଳ, ଉଦ୍ଧାର ଉପକରଣ ଓ ରିଲିଫ ସାମଗ୍ରୀ ମହଜୁଦ ରଖିବାକୁ ସେ ପରାମର୍ଶ ଦେବା ସହ ଭାରତୀୟ ପାଣିପାଗ ବିଭାଗର ସୂଚନା ଓ ଚେତାବନୀକୁ ଗୁରୁତ୍ୱର ସହ ନେଇ କାମ କରିବା ଉପରେ ଜୋର ଦେଇଛନ୍ତି । ରାଜ୍ୟଗୁଡ଼ିକ ସହ ନିୟମିତ ଯୋଗାଯୋଗରେ ରହିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ୨୪ ଘଣ୍ଟିଆ କଣ୍ଟେ୍ରାଲ ରୁମ୍ କାର୍ଯ୍ୟ କରୁଛି । ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ସେନା ଓ ବାୟୁସେନା ପ୍ରସ୍ତୁତ ରହିଛି ବୋଲି ଶାହ ସୂଚନା ଦେଇଥିଲେ । ଏଭଳି ସମୀକ୍ଷା ବୈଠକ ଆହୂତ କରିବା ଏବଂ ରାଜ୍ୟ ସରକାରଙ୍କୁ ବାତ୍ୟା ପ୍ରସ୍ତୁତି ନିମନ୍ତେ ସହାୟତା ଯୋଗାଣର ପ୍ରତିଶ୍ରୁତି ପ୍ରଦାନ କରିଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ଓଡ଼ିଶା ସରକାର ଏହି ସାମୁଦ୍ରିକ ଝଡ଼ବାତ୍ୟାର ମୁକାବିଲା ସକାଶେ ସବୁମତେ ପ୍ରସ୍ତୁତ ରହିଛନ୍ତି ।
‘ୟଶ୍’ ବାତ୍ୟା ଦ୍ୱାରା ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରିବା ସହ ବାତ୍ୟା ସହ ଜଡିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାର ଏହି ବିପତି ସମୟରେ ଓଡ଼ିଶା ସାଙ୍ଗରେ ଅଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ଏବଂ ସମ୍ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶାର ଭାଇଭଉଣୀ ଓ ଗୁରୁଜନମାନେ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କ ସୂଚନା ମାନିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ‘ଆମେ ଏହି ବାତ୍ୟା ଓ ବର୍ଷାକୁ ସାହସର ସହିତ ମୁକାବିଲା କରିବା । ବାତ୍ୟା ‘ୟଶ୍’ ପ୍ରଭାବରେ କାହାର କିଛି କ୍ଷତି ନ ହେଉ, ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons