ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମୁକ୍ତେଶ୍ୱର ମନ୍ଦିର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ବୟସ ଆନୁମାନିକ ୨୫ ବର୍ଷ ହେବ । ଶ୍ରୀଲିଙ୍ଗରାଜ ଥାନା ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।
ପୁଲିସ ସୂଚନା ଅନୁଯାୟୀ, ଆଜି ଦିନ ୧୦ଟାବେଳେ ଜଣେ ଯୁବକ ମୁକ୍ତେଶ୍ୱର ମନ୍ଦିର ପୋଖରୀରେ ଗାଧୋଉଥିଲେ । ଅସାବଧାନତାବଶତଃ ସେ ଗଭୀର ପାଣିକୁ ଚାଲି ଯାଇଥିଲେ । ସେ ବୁଡ଼ି ଯାଉଥିବା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବା ବେଳକୁ ଯୁବକ ଜଣକ ପାଣି ଭିତରେ ବୁଡ଼ି ସାରିଥିଲେ । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ଭିତରୁ ବହୁ ଖୋଜାଖୋଜି ପରେ ଯୁବକଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଯୁବକଙ୍କୁ କ୍ୟାପିଟଲ୍ ହସ୍ପିଟାଲ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକ ଜଣଙ୍କ କୌଣସି ଇଞ୍ଜିନିୟରିଂ କଲେଜ ଛାତ୍ର ହୋଇଥିବା ପୁଲିସ ଅନୁମାନ କରୁଛି । ପୁଲିସ ମୃତଦେହକୁ ହସ୍ପିଟାଲ ମର୍ଗରେ ରଖି ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.