ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ପାଇଁ ସବୁଆଡେ଼ ଏବେ କଟକଣା ବଳବତ୍ତର ରହିଛି । ଏ କଟକଣା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ମଧ୍ୟ ପ୍ରଭାବିତ କରୁଛି । ଦୀର୍ଘ ବର୍ଷର ଏ ପରମ୍ପରାକୁ ସରକାର କାର୍ଯ୍ୟକାରୀ କରନ୍ତୁ । ବିଧି ବିଧାନ ଅନୁସାରେ ରଥଯାତ୍ରା ଅନୁÂିତ ହେଉ । ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଦିବ୍ୟସିଂହଦେବ, ମୁକ୍ତି ମଣ୍ଡପର ବିଜ୍ଞ ଲୋକ, ଦଇତାପତି ଓ ମନ୍ଦିର ସେବକମାନଙ୍କ ସହ ବ୍ୟାପକ ଆଲୋଚନା କରୁ । ସେମାନଙ୍କ ପରାମର୍ଶ ନେଇ ସରକାର ରଥଯାତ୍ରା କେମିତି ସଂପନ୍ନ ହେବ ନିଷ୍ପତ୍ତି ନିଅନ୍ତୁ । ଏ ନେଇ ମନ୍ଦିର ପ୍ରଶାସନକୁ ନିଦେ୍ର୍ଧଶ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି । ଶ୍ରୀ ଷଡ଼ଙ୍ଗୀ ରାଜ୍ୟ ସରକାର କରୋନା ମୁକାବିଲା ସହ ସାମାଜିକ ଦୂରତା ରକ୍ଷା ନେଇ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ତେବେ କରୋନା ଯୋଗୁଁ ରଥଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ସରକାର ଏ ଦିଗରେ ପରାମର୍ଶ ନେଇ ତ୍ୱରିତ ନିଷ୍ପତ୍ତି ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
Comments are closed, but trackbacks and pingbacks are open.