
ଭୁବନେଶ୍ବର: ରାଜଧାନୀ ରାସ୍ତାରେ ହାଇଡ୍ରାମା । ବିଧାନସଭା ଅଚଳାବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ବିଜେଡି-ବିଜେପି ବିଧାୟକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ବିଧାନସଭାରୁ ରାଲିରେ ଉଭୟ ଦଳର ବିଧାୟକମାନେ ବାହାରିଛନ୍ତି । ବିଧାନସଭା ୫ ଦିନ ଅଚଳ ପରେ ୬ ଦିନ ହେଲା ବିଧାନସଭା ଅଚଳ । ଆଜି ବି ଗୃହରେ ସମାନ ସ୍ଥିତି । ଯାହା ଆଶଙ୍କା କରାଯାଉଥିଲା, ସେୟା ହେଲା । ଗୃହରେ ପୁଣି ତମ୍ବିତୋଫାନ ହେବାରୁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ । ଏହାପରେ ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ବିଧାୟକମାନେ ଧାରଣା ଦେଇଛନ୍ତି । ସେପଟେ ଭିଡିଓ କନଫରେନ୍ସିଂ ଜରିଆରେ ଗୃହ ଚଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ବିଧାୟକ । ଗୃହରେ ଅଚଳାବସ୍ଥା ଦୂର ପାଇଁ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଗୁରୁବାର ଗୃହ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ନିଜ ନିଜ ଜିଦରେ ଅଟଳ ରହିବା ସହିତ ହଟ୍ଟଗୋଳ ଓ ନାରାବାଜି କରିଥିଲେ । ଫଳରେ ଗୃହକୁ ୧୨ଟା ଯାଏଁ ମୁଲତବି ରଖିଥିଲେ ।
ଅନ୍ୟପଟେ ବସୁଛି ସର୍ବଦଳୀୟ ବୈଠକ, ହେଲେ ବାହାରିପାରୁନି ନିଷ୍କର୍ଷ । ବିରୋଧୀ ସଦସ୍ୟମାନେ ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରୁଥିବା ବେଳେ ଶାସକ ଦଳ ଏହାକୁ ମାନିବାକୁ ନାରାଜ । ଶାସକ ଦଳ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ରହିଛି । ଯେଉଁଥିପାଇଁ ବାରମ୍ବାର ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ସୁଦ୍ଧା ସମାଧାନର ବାଟ ବହାରିପାରୁନି ।
Comments are closed, but trackbacks and pingbacks are open.