ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Get real time updates directly on you device, subscribe now.

ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟ ସଚିବାଳୟରେ ଆରବିଆଇ ଗଭର୍ଣ୍ଣର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଗଣମାଧ୍ୟମକୁ ମଧ୍ୟ ଭେଟିଥିଲେ। ଏହି ଅବସରରେ ଦେଶର ଆର୍ଥିକ ଅବସ୍ଥାରେ ଖୁବ୍ ଶୀଘ୍ର ପରିବର୍ତ୍ତନ ଆସିବ ବୋଲି ଦାସ ସାମ୍ବାଦିକଙ୍କୁ କହିଛନ୍ତି।
ଦେଶର ସାଂପ୍ରତିକ ଆର୍ଥିକ ଅବସ୍ଥା ନେଇ ସାମ୍ବାଦିକମାନେ ଆରବିଆଇ ଗଭର୍ଣ୍ଣରଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ତେବେ ଦେଶର ଆର୍ଥିକ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା ବୋଲି କହିଥିଲେ ଶକ୍ତିକାନ୍ତ। ଆର୍ଥିକ ଅବସ୍ଥାରେ ସମୟ ସମୟରେ ପ୍ରତିକୂଳ ପରିସ୍ଥିତି ଦେଖାଦିଏ। ତେବେ ଏଥିରେ ଖୁବ୍ ଶୀଘ୍ର ସୁଧାର ଆସିବ ବୋଲି କହିଛନ୍ତି ଦାସ।
ଦେଶରେ ଖୁଚୁରା ମୁଦ୍ରାସ୍ପିତି ହାର ବୃଦ୍ଧି ନେଇ କେନ୍ଦ୍ରୀୟ ପରିସଂଖ୍ୟାନ ବିଭାଗ (ସିଏସଓ) ରିପୋର୍ଟ ଗୁରୁବାର ଆସିଥିବା ବେଳେ ଆରବିଆଇ ଗଭର୍ଣ୍ଣର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଚଳିତମାସରେ ଖୁଚୁରା ମୁଦ୍ରାସ୍ପିତି ହାର ୫.୫୪ ପ୍ରତିଶତରେ ପହଞ୍ଚିଯାଇଛି। ଗତ ୩ ବର୍ଷରେ ମୁଦ୍ରାସ୍ପିତିର ଏହା ସବୁଠାରୁ ଉଚ୍ଚତମ ସ୍ତର ହୋଇଥିବା ବେଳେ ବଜାରରେ ସାମଗ୍ରୀ ଦର ପ୍ରାୟ ୧୦ ପ୍ରତିଶତ ପର୍ୟ୍ୟନ୍ତ ବଢିଛି । ଏହା ପୂର୍ବରୁ ଗତ ୨୦୧୬ ମସିହାରେ ଖୁଚୁରା ମୁଦ୍ରାସ୍ପିତି ହାସ ୬.୦୭ ପ୍ରତିଶତ ଥିଲା।
କେବଳ ମୁଦ୍ରାସ୍ପିତି ନୁହେଁ ଦେଶର ଉଦ୍ୟୋଗ ଜଗତରେ ମଧ୍ୟ ହ୍ରାସ ପରିଲଖିତ ହେଉଛି। ଲଗାତାର ଉତ୍ପାଦନ ହ୍ରାସ ହେଉଥିବା ବେଳେ ଇଣ୍ଡେକ୍ସ ଅଫ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ (ଆଇଆଇପି)ରେ ୩.୮ ପ୍ରତିଶତ ହ୍ରାସ ଦେଖାଯାଇଛି। ଗତ ସେପ୍ଟେମ୍ବର ମାସରେ ଏହି ହାର ୪.୩ ପ୍ରତିଶତ ଥିବା ବେଳେ ଗତ ଅଗଷ୍ଟମାସରେ ୧ ପ୍ରତିଶତ ଥିଲା। ତେବେ ଆର୍ଥିକ ଅବସ୍ଥାରେ ସମୟ ସମୟ ରେ ଏପରି ପ୍ରତିକୂଳ ପରିସ୍ଥିତି ଆସିଥାଏ ବୋଲି କହିଛନ୍ତି ଶକ୍ତିକାନ୍ତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons