ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ

Get real time updates directly on you device, subscribe now.

ଭୁବନେଶ୍ୱର,(ିବି.ବି.ବୁ୍ୟରୋ): ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ଶୁକ୍ରବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ହୋଇଥିବା ଏହି ସାକ୍ଷାତରେ ଉଭୟେ ଓଡ଼ିଶା ପ୍ରକଳ୍ପରେ ଟାଟା ଗ୍ରୁପ୍ର ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଏ ଅବସରରେ ଟାଟା ଷ୍ଟିଲ ସିଇଓ ତଥା ପରିଚାଳନା ନିଦେ୍ର୍ଧଶକ ଟି ଭି ନରେନ୍ଦ୍ରନ୍ ଓ ୫‘ଟି’ ସଚିବ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ଏହା ପୂର୍ବରୁ ୨୦୧୮ ଜୁଲାଇରେ ଚନ୍ଦ୍ରଶେଖରନ୍ ନବୀନଙ୍କୁ ଭେଟିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଟାଟା ସନ୍ସ ମୁଖ୍ୟଙ୍କୁ ନରାଜଠାରେ ଏକ ପ୍ରତିରକ୍ଷା ମାନୁଫାକ୍ଚରିଂ କ୍ଲଷ୍ଟର ଓ କଳିଙ୍ଗନଗରରେ ଏକ ଇସ୍ପାତ ଡାଉନ୍ଷ୍ଟ୍ରିମ୍ କ୍ଲଷ୍ଟର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାଛଡ଼ା ଟାଟା ମୋଟର୍ସ ଦ୍ୱାରା ଓଡ଼ିଶାରେ ଏକ ଇ-ଯାନ ପ୍ରକଳ୍ପ ସ୍ଥାପନ କରିବାକୁ ମଧ୍ୟ ନବୀନ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons