ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ ପରେ ଆହୁରି ୪୨ ନିଜାମୁଦ୍ଦିନ ଫେରନ୍ତା ଟୋଲ୍ ଫ୍ରି ନମ୍ବରରେ କରିଛନ୍ତି ରେଜିଷ୍ଟ୍ରେସନ, ମୋଟ୍ ଆସିଛନ୍ତି ୭୦

Get real time updates directly on you device, subscribe now.

ଭୁବନେଶ୍ଵର: ଦିଲ୍ଲୀର ନିଜାମୁଦ୍ଦିନର ସ୍ଥିତ ମରକଜରେ ଅନୁଷ୍ଠିତ ତବଲିଗି ଜମାତରେ ଯୋଗ ଦେଇ ଫେରିଥିବା ୭୦ ଜଣ ଆଜି ସୁଦ୍ଧା ରାଜ୍ୟ ସରକାରଙ୍କୁ ସେମାନଙ୍କ ତଥ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନକୁ ଗ୍ରହଣ କରି ୪୨ ଜଣ ତବଲିଗି ୧୦୪ ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରି ପଞ୍ଜିକରଣ କରିଛନ୍ତି। ପ୍ରଥମ ଦଫାରେ ୨୮ ଜଣ ତବଲିଗି ସଦସ୍ୟ ସେମାନଙ୍କର ନିଜାମୁଦ୍ଦିନ ଗସ୍ତ ନେଇ ସରକାରଙ୍କ ପାଖରେ ତଥ୍ୟ ରଖିଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଆଗକୁ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ କରିଥିଲେ। ତାହାକୁ ତବଲିଗିମାନେ ଗ୍ରହଣ କରିଥିବାରୁ ଏବଂ ୭୦ ଜଣ ସଦସ୍ୟ ରାଜ୍ୟ ସରକାରଙ୍କ ଉପଯୁକ୍ତ ଫୋରମରେ ସେମାନଙ୍କର ସୂଚନା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ତବଲିଗି ଜମାତ ସଦସ୍ୟମାନେ ସବୁଠାରୁ ବଡ ଏକକ ସଂକ୍ରମଣ ଉତ୍ସ ଭାବେ ଉଭା ହୋଇଛନ୍ତି। ଓଡିଶାରେ କୌଣସି ତବଲିଗିଙ୍କର ମୃତ୍ୟୁ ହୋଇନଥିଲେ ମଧ୍ୟ ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ କୋଭିଡ୍-୧୯ ଆକ୍ରାନ୍ତ ତବଲିଗି ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ସୁଚନା ରହିଛି। ବିଭିନ୍ନ ରାଜ୍ୟରେ ପ୍ରାୟ ୨୫ ହଜାର ତବଲିଗି ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବର୍ତ୍ତମାନ କ୍ଵାରେଣ୍ଟାଇନରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ଅଛନ୍ତି।
ଏହି ଗୁରୁତର ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଶା ଫେରିଥିବା ସମସ୍ତ ତବଲିଗି ସଦସ୍ୟଙ୍କୁ ୧୦୪ ନମ୍ବରରେ ଯୋଗାଯୋଗ କରି ଆବଶ୍ୟକ ମାଗଣା ଚିକିତ୍ସା ସୁବିଧା ନେବାକୁ ଅନୁରୋଧ କରାଯାଇଥିଲା। ଏବେ ମଧ୍ୟ ପଞ୍ଜିକରଣ କରିନଥିବା କିମ୍ବା ସରକାରଙ୍କୁ ସୂଚନା ଦେଇନଥିବା ସମସ୍ତ ନିଜାମୁଦ୍ଦିନ ଫେରନ୍ତା ସନ୍ଦିଗ୍ଧ ତବଲିଗି ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଥିବା ପରିବାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆଗକୁ ଆସିବାକୁ ସରକାର ଆହ୍ଵାନ ଦେଇ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ନେବାକୁ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons