ଭୁବନେଶ୍ୱର: ‘ମୋ ସ୍କୁଲକୁ’ ପୂରିଛି ଦୁଇ ବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ସ୍କୁଲ୍’ ମୋବାଇଲ୍ ଆପ୍ ଉନ୍ମୋଚନ କରିଛନ୍ତି। ଲୋକସେବା ଭବନରେ ଆଜି ଏହି ଆପ୍ ଉନ୍ମୋଚନ କାର୍ୟ୍ୟକ୍ରମ ହୋଇଛି।
ଏହି ଆପ୍ ଦ୍ୱାରା ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ ଓ ସଂସ୍ଥା ବିଦ୍ୟାଳୟ ସହ ଯୋଡ଼ି ହୋଇପାରିବେ। ଯାହାଦ୍ୱାରା ସ୍କୁଲକୁ ଅଧିକରୁ ଅଧିକ ଅନୁଦାନ ମିଳିପାରିବ ବୋଲି ଏପରି ଆପ୍କୁ ବାହାର କରାଯାଇଛି। ଏହି ଅବସରରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫେରେସିଂରେ ‘ମୋ ସ୍କୁଲ’ ଯୋଜନାକୁ ସମୀକ୍ଷା କରିଛନ୍ତି। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜନଜାତି ମନ୍ତ୍ରୀ, ମୋ ସ୍କୁଲ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.