ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ଫୁ’ କରି ଉଡେଇଦେଲେ ମନ୍ତ୍ରୀମାନେ: ଆଜି ପ୍ରଶ୍ନକାଳ ଫାଙ୍କା

Get real time updates directly on you device, subscribe now.

ଭୁବନେଶ୍ବର: ବିଧାନସଭାରେ ଶାସକ ଦଳର ବିଧାୟକଙ୍କ ଅଂଶ ଗ୍ରହଣ ଓ ଉପସ୍ଥିତ ରହିବା ନେଇ ନିର୍ଦେଶ ନାମା ଜାରି କରିଥିଲେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କମିଟି ବି ଗଢିଥିଲେ । ହେଲେ ଦିନ କେଇଟା ନଯାଉଣ ସବୁ ଓଲଟ ପାଲଟ । ଶାସକ ଦଳର ବିଧାୟକ ଗୃହରେ ଉପସ୍ଥିତ ରହିବା ଦୂରର କଥା ତ ଶୂନ୍ୟ କାଳରେ ଗୃହରେ ଜଣେ କେହି ମନ୍ତ୍ରୀ ବି ଉପସ୍ଥିତ ନଥିଲେ । ଏହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଘଟଣାର ଗୁରୁତ୍ବକୁ ଦେଖିବାଚସ୍ପତି ଏନେଇ ସରକାରଙ୍କୁ ତାଗିତ କରିବା ସହ ମୁଖ୍ୟ ସଚେତକଙ୍କୁ ମନ୍ତ୍ରୀ ଯେମିତି ଉପସ୍ଥିତ ରୁହନ୍ତି ସେନେଇ ସୁନିଶ୍ଚିତ କରିବାକୁ ରୁଲିଂ ବି ଦେଇଥିଲେ ।
ପ୍ରଶ୍ନକାଳ ଫାଙ୍କା । ଶୂନ୍ୟକାଳ ଶୂନ୍ୟ। ଏ ହେଉଛନ୍ତି ବିଧାନସଭାର ଦୃଶ୍ୟ । ୬ ମାସ ଲୋକଙ୍କ ସମସ୍ୟା ବୁଝିବାର ପ୍ରତିଶ୍ରୁତି ଦେଇ ଯେଉଁମାନେ ନିର୍ବାଚିତ ହୋଇ ଆସିଥିଲେ ସେମାନେ କୁଆଡ଼େ ଗଲେ । ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ବୁଝେଇ କହିଥିଲେ ଗୃହରେ ରୁହ ଲୋକଙ୍କ ସମସ୍ୟା ଉଠାଅ ସେମାନେ କଣ ଏତେଶୀଘ୍ର ଭୁଲିଗଲେ। କାହିଁକି ଖାଲି ପଡ଼ିଛି ବିଧାନସଭା। ସ୍ଥିତି ଏମିତି ଥିଲା ଯେ ପ୍ରଶ୍ନ କାଳରେ ଗୃହରେ ଆଲୋଚନା ଚାଲିଥିବାବେଳେ କେହି ଜଣେ ବି ମନ୍ତ୍ରୀ ଉପସ୍ଥିତ ନଥିଲେ । ଏହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଟ୍ରେଜେରି ବେଞ୍ଚ ଫାଙ୍କା ଆଉ ଗୃହର ମଧ୍ୟଭାଗରେ ବିରୋଧୀ। ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ନାରାବାଜି କରିଥିଲେ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦାବି ରଖିଥିଲେ ଗୃହରେ ଆଲୋଚନାବେଳେ ଟ୍ରେଜେରି ବେଞ୍ଚରେ ବିଧାୟକ ମାନେ ରହୁ ନାହାନ୍ତି । ମନ୍ତ୍ରୀଙ୍କ ସବୁ ସିଟ ଖାଲି , ସଦସ୍ୟଙ୍କ ଆଲୋଚନା ଶୁଣିବ କିଏ କାମ ହେବ କେମିତି । ଏମିତି ପ୍ରଶ୍ନ କରିଥିଲେ।
ଗୃହରେ ଏମିତି ହଙ୍ଗମା ଦେଖି ଲବିରେ ବସିଥିବା ବିଧାୟକ ଓ ମନ୍ତ୍ରୀ ସିଧା ଗୃହକୁ ଧାଇଁ ଥିଲେ । ବାଚସ୍ପତିଙ୍କ ନିକଟରେ କିଛି କହିବାକୁ ଚେଷ୍ଟା କରିଥିଲେ ଅର୍ଥମନ୍ତ୍ରୀ । ହେଲେ ବାଚସ୍ପତି ସେମାନଙ୍କ କିଛି କଥା ଶୁଣି ନଥିଲେ ଓଲଟା ସରକାରୀ ଦଳକୁ ତାଗିଦ କରିଥିଲେ । ରୁଲିଂ ଦେଇ ବାଚସ୍ପତି ଶାସକ ଦଳର ମୁଖ୍ୟ ସଚେତକଙ୍କୁ କହିଥିଲେ ଆଲୋଚନା ବେଳେ ଯେମିତି ଗୃହରେ ଜଣେ ଦୁଇ ଜଣ ମନ୍ତ୍ରୀ ରୁହନ୍ତି ସନେଇ ସେ ସୁନିଶ୍ଚିତ କରିବେ ।
ବିଧାନସଭାରେ ଶାସକ ଦଳର ବିଧାୟକଙ୍କ ଅଂଶ ଗ୍ରହଣ ବେଶ ନଗନ୍ୟ ଥିବାନେଇ ଚର୍ଚ୍ଚା ହୋଇଥାଏ । ବିଧାୟକ ଦଳ ବୈଠକରେ ମନ୍ତ୍ରୀ ଓ ବିଧାୟକଙ୍କୁ ତାଗିତ କରିଥିଲେ ନବୀନ । ଯେମିତି ଦଳର ସବୁ ବିଧାୟକ ବିଧାନସଭାରେ ଉପସ୍ଥିତ ରୁହନ୍ତି ଓ ଗୃହର ଆଲୋଚନାରେ ଭାଗ ନିଅନ୍ତି । ଏଥିପାଇଁ ଏକ କମିଟି ଗଢିଥିଲେ । କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ହେଲେ ଏବେ ବିଧାୟକଙ୍କ କଥା ଛାଡନ୍ତୁ ମନ୍ତ୍ରୀ ଅନୁପସ୍ଥିତ ରହିବା ସରକାରଙ୍କୁ ଅଡୁଆରେ ପକାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons