ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି:ନିଜ ଘୋଷଣାରେ ବାସସ୍ଥାନ, ଓ ଆୟ ସାର୍ଟିଫିକେଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଚାକିରି ଆଶାୟୀ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଚାକିରି କିମ୍ବା ଶିକ୍ଷାନୁÂାନରେ ନାମଲେଖା ପାଇଁ ଆବେଦନ ବେଳେ ଏଣିକି ବାସସ୍ଥାନ, ଆୟ ଭଳି ସାର୍ଟିଫିକେଟ ଦାଖଲ କରିବାକୁ ହେବନାହିଁ । ଏଥିପାଇଁ ଚାକିରି ଆଶାୟୀ କିମ୍ବା ଛାତ୍ରଛାତ୍ରୀ ତହସିଲ ଅଫିସ ଧାଁ ଦଉଡ଼ ନକରି ଆବେଦନ ବେଳେ ନିଜ ଜାତି ଓ ବାସସ୍ଥାନ ସଂପର୍କରେ ସ୍ୱ-ଘୋଷିତ( ସେଲଫ୍ ସାର୍ଟିଫିକେସନ) ପ୍ରଦାନ କରିବେ । ପରେ ଚାକିରି କିମ୍ବା ନାମଲେଖା ପାଇଁ ଚୟନ ହେଲେ ସଂପୃକ୍ତ ଚୟନ ସଂସ୍ଥା ଓ ଶିକ୍ଷାନୁÂାନ ନିକଟରେ ସାର୍ଟିଫିକେଟ ଦାଖଲ କରିହେବ । ଏହାଛଡ଼ା ବାସସ୍ଥାନ, ଜାତି ଓ ଆୟ ଭଳି ପ୍ରମାଣପତ୍ର ଏଣିକି ହିତାଧିକାରୀଙ୍କୁ ମାଗଣାରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଲୋକମାନଙ୍କ ଅଧିକାର ବୋଲି ସେ ଦର୍ଶାଇଛନ୍ତି ।
୫ମ ପାଳିରେ ‘୫ଟି’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଫୋକସ୍ କରୁଥିଲା ବେଳେ ଆଜି ଲୋକସେବା ଭବନରୁ ମୋବାଇଲ ରାଜସ୍ୱ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ହିତାଧିକାରୀଙ୍କୁ ସ୍ୱ-ଘୋଷଣାରେ ସାର୍ଟିଫିକେଟ୍ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏଣିକି ସରକାରୀ କର୍ମଚାରୀଙ୍କ ପରଲୋକ ପରେ ପ୍ରାପ୍ୟ ପାଇବାକୁ ଉତ୍ତରାଧିକାରୀ ପ୍ରମାଣପତ୍ର ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ସଂପୃକ୍ତ କର୍ମଚାରୀଙ୍କ ସର୍ଭିସ ବୁକରେ ଥିବା ସୂଚନା ଆଧାରରେ ତାଙ୍କ ପ୍ରକୃତ ଉତ୍ତରାଧିକାରୀ ପେନସନ, ଗ୍ରାଚୁ୍ୟଇଟି, ଛୁଟି ବାବଦ ବଳକା ଦରମା ଆଦି ସବୁ ପ୍ରକାର ସହାୟତା ଓ ପ୍ରାପ୍ୟ ପାଇପାରିବେ । ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ଏଣିକି ମାଟ୍ରିକ ପରୀକ୍ଷା ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସଏଲସି) ସହ ଜାତି ପ୍ରମାଣପତ୍ର ପ୍ରଦାନ କରାଯିବ ।
ତହିସିଲ ଅଫିସରୁ ପାଇବାକୁ ଥିବା ବିଭିନ୍ନ ପ୍ରମାଣପତ୍ର ପାଇଁ ହିତାଧିକାରୀମାନେ ଏଣିକି ନିଜ ଘରୁ ମଧ୍ୟ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ତହସିଲ ଅଫିସ କିମ୍ବା ସହଜ ଜନସେବା କେନ୍ଦ୍ରକୁ ଯିବାକୁ ହେବନି । ସଲ୍ଭାନସି ସାର୍ଟିଫିକେଟ (ଋଣ ପରିଶୋଧ କ୍ଷମତା ପ୍ରମାଣପତ୍ର)କୁ ମଧ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି । ଷ୍ଟୋରେଜ ଏଜେଣ୍ଟ, ଅବକାରୀ ଲାଇସେନସ୍, ପଥର ଖଣି ନିଲାମ ବେଳେ ଏ ସାର୍ଟିଫିକେଟ ଲୋଡା ପଡୁଥିଲା ।
ମୁଖ୍ୟମନ୍ତ୍ରୀ ଆଜି ପାଉତି ଆପ୍ ଓ ଇ-ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଲୋକମାନେ ଘରେ ବସି ମୋବାଇଲ ଆପ୍ ଜରିଆରେ ଜମିଜମାର ଖଜଣା ଦାଖଲ କରି ପାଉତି ପାଇପାରିବେ । ଏ ଆପ୍ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବାକୁ ସରକାରୀ ସେବାଗୁଡ଼ିକୁ ଆମେ ଲୋକଙ୍କ ନିକଟକୁ ନେଉଛୁ । ଏ ସବୁ ପଦକ୍ଷେପ ସାଧାରଣ ଲୋକଙ୍କ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ।
ଏ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ, ଏହି ପଦକ୍ଷେପ ଦ୍ୱାରା ରାଜସ୍ୱ ବିଭାଗ ଅଧିକ ଲୋକାଭିମୁଖୀ ହେବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ‘୫ ଟି’ କାର୍ଯ୍ୟକ୍ରମ ଲୋକଙ୍କ ନିୟମିତ ଜୀବନରେ ସୁବିଧା ଆଣିପାରିଛି । ଏଭଳି ସୁବିଧା ଦେଶର କୌଣସି ରାଜ୍ୟରେ ଉପଲବ୍ଧ ନାହିଁ । ମାତ୍ର ୪ ମାସ ମଧ୍ୟରେ ଏହି ଉଦ୍ୟମର ପରିକଳ୍ପନା ସହ କାର୍ଯ୍ୟକାରୀ କରାଯାଇ ପାରିଛି । ଏଥିପାଇଁ ସେ ରାଜସ୍ୱ ବିଭାଗର ପ୍ରଶଂସା କରିଥିଲେ । ଭବିଷ୍ୟତରେ ବିବାହ ପ୍ରମାଣପତ୍ର ଭଳି ଅନ୍ୟ ସୁବିଧା କିଭଳି ମିଳିପାରିବ ସେ ସଂପର୍କରେ ଜିଲ୍ଲାପାଳମାନେ ମତ ରଖିବାକୁ ସେ ଆହ୍ୱାନ ଦେଇଥିଲେ ।
ଏ ବୈଠକରେ ପୁଲିସ ଡିଜି ଅଭୟ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ, ୫ ଟି ସଚିବ ଭି.କେ.ପାଣ୍ଡିଆନ, ବିଭିନ୍ନ ବିଭାଗର ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଏସବୁ ସାର୍ଟିଫିକେଟର ୟୁଜର୍ସ ଫି’ ବାବଦକୁ ସରକାର ମାତ୍ର ୧୨ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । ମାତ୍ର ଜନକଲ୍ୟାଣ ପାଇଁ ଏତିକି କ୍ଷତି ସହିବାକୁ ସରକାର ପ୍ରସ୍ତୁତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons