ମୁଖ୍ୟମନ୍ତ୍ରୀ କୋଭାକ୍ସିନ୍ ଟିକା ନେଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୋମବାରଠୁ ରାଜ୍ୟରେ ଆରମ୍ଭ ହୋଇଛି ବୟସ୍କ ଓ ଜଟିଳ ରୋଗୀଙ୍କ ଟିକାକରଣ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭାକ୍ସିନ୍ ଟିକା ନେଇଛନ୍ତି । ଅନ୍ୟମାନେ ଟିକା ନେବାକୁ ଆଗେଇ ଆସିବାକୁ ପ୍ରଥମ ଡୋଜ୍ ପରେ ଟ୍ୱିଟ୍ କରି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟିକା ନେବା ପରେ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଆଜି ପ୍ରଥମ ଦିନରେ ରାଜ୍ୟରେ ୧୧ ହଜାର ୫୮୯ ଜଣ ସଧାରଣ ଲୋକ ଟିକା ନେଇଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ କୋ ୱିନ୍-୨ ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଜିକରଣ ପରେ ଟିକା ନେଇଛନ୍ତି ବିଧାନସଭା ଡିସ୍ପେନ୍ସାରିରେ । ସକାଳ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ଡିସ୍ପେନ୍ସାରିରେ । ୧୦ଟା ୫୫ରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିଲେ । ଅଧଘଣ୍ଟା ପାଖାପାଖି ଅବଜରଭେସନ୍ରେ ରହିବା ପରେ ମୁଖ୍ୟମନ୍ତ୍ରୀ ଫେରିଥିଲେ ନବୀନ ନିବାସ । ୨୮ ଦିନ ପରେ ମୁଖ୍ୟମନ୍ତ୍ରୀ କୋଭାକ୍ସିନ୍ର ଦ୍ୱିତୀୟ ଡୋଜ୍ ନେବେ । ୧୧ ହଜାର ୫୮୯ ଜଣ ସାଧାରଣ ଲୋକଙ୍କ ମଧ୍ୟରେ ୧୧,୨୮୯ ଜଣ ବୟସ୍କ ରହିଛନ୍ତି । ଏହାବାଦ୍ ଜଟିଳ ରୋଗରେ ଆକ୍ରାନ୍ତ ଥିବା ୩୦୦ ଜଣ ମଧ୍ୟ ଟିକା ନେଇଛନ୍ତି । ବିଧାନସଭା ଡିସ୍ପେନସାରିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ବିଧାୟକ ଭୁପିନ୍ଦର ସିଂହଙ୍କ ସମେତ ଆଉ ୨ ଜଣ ମଧ୍ୟ ଟିକା ନେଇଛନ୍ତି । ବିଧାନସଭା ଡିସ୍ପେନସାରିରେ ମୋଟ୍ ୨୨ ଜଣ ଆଜି ଟିକା ନେଇଛନ୍ତି ।
ଆଜି ରାଜ୍ୟର ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକାକରଣ ହୋଇଛି । ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣାରେ ଟିକା ଦିଆଯାଇଛି । ଆଜି ପ୍ରଥମେ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜରେ ଟିକା ଦିଆଯାଇଛି । ପର୍ଯ୍ୟାୟକ୍ରମେ ପ୍ରାଥମିକ ଓ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହା ସଂପ୍ରସାରଣ କରାଯିବ । ସେହିଭଳି ରାଜ୍ୟରେ ଘରୋଇ ହସ୍ପିଟାଲରେ ମଧ୍ୟ ଟିକାଦାନ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ୨୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ବୟସ୍କଙ୍କ ଟିକାକରଣ ଅଫ୍ଲାଇନ୍ରେ ମଧ୍ୟ ହୋଇପାରିବ । ସିଡିଏମ୍ଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ଚିଠି ଲେଖିଛନ୍ତି ।
କେଉଁମାନଙ୍କୁ ଜଟିଳ ରୋଗରେ ଆକ୍ରାନ୍ତ ଭାବେ ଗଣାଯିବ, ତାର ତାଲିକା ମଧ୍ୟ ପ୍ରକାଶ କରିଛି ବିଭାଗ । ହୃଦ୍ଘାତ ହେବା ସହ ଗତ ୧ ବର୍ଷ ମଧ୍ୟରେ ହସ୍ପିଟାଲ ଆଡ୍ମିସନ, ହୃଦ୍ଘାତ ପରେ ପ୍ରତିରୋପଣ, ଲେଫ୍ଟ ଭେଣ୍ଟି୍ରକୁ୍ୟଲାର ସିଷ୍ଟୋଲିକ୍ ଡିସଫଙ୍କସନ, ମଧୁମେହ(୧୦ ବର୍ଷରୁ ଅଧିକ କିମ୍ବା ଜଟିଳତା), ଉଚ୍ଚ ରକ୍ତଚାପର ଚିକିତ୍ସା, କିଡ଼ନୀ, ଯକୃତ କିମ୍ବା ହେପାଟାଇଟିସ୍ ରୋଗୀଙ୍କୁ ଗଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons