ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଆରା ଦିପାବଳୀ, ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ନିଆରା ଦିପାବଳୀ ପାଳନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):ସାରା ଦେଶରେ ଦୀପାବଳିର ମାହୋଲ । ଏହି ଆଲୋକର ଦିନରେ ସମସ୍ତଙ୍କ ମୁହଁ ହସଫୁଟାଇବାକୁ ବାର୍ତ୍ତା ଆସୁଥିବାବେଳେ, ଏହାକୁ ବାସ୍ତବରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱସ୍ଥିତ ଏସଓଏସ୍ ଭିଲେଜ୍ ଚାଇଲ୍ଡ କେୟାରରେ ନିରାଶ୍ରୟ ପିଲାଙ୍କ ସହ ଦୀପାବଳି ପାଳିଛନ୍ତି ନବୀନ । କୁନି କୁନି କଅଁଳ କଢ଼ିଙ୍କ ଗହଣରେ ବେଶ୍ ହସଖୁସି ସହ ଦୀପାବଳି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଭୁବନେଶ୍ୱର ଏସଓଏସ ଭିଲେଜରେ ରହୁଥିବା ଅନାଥ ଶିଶୁଙ୍କ ମୁହଁରେ ହସ ଭରିଛନ୍ତି । କଅଁଳ ଶିଶୁଙ୍କୁ ଉପହାର ଦେବାସହ ସେମାନଙ୍କୁ ସେବା, ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ନେଇ ନୀତିବାଣୀ ଦେଇଛନ୍ତି ନବୀନ । ସବୁଠାରୁ ବଡ଼ କଥା ହେଲା, ଦୀପାବଳି ପୂର୍ବରୁ ହିଁ ‘ମୋ ସରକାର’ର ମୂଳ ଲକ୍ଷ୍ୟ ବୁଝାଇ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ଅଫିସର ଏବଂ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବି ଦୀପାବଳି ପାଳନ କରିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅନ୍ୟ ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ପର୍ୟ୍ୟନ୍ତ ସଭିଏଁ ନିରାଶ୍ରୟଙ୍କ ସହ ସମୟ ବିତାଇଛନ୍ତି ।

ଦୀପାବଳିରେ ମନ ଜିଣିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଲୋକର ପର୍ବ ଦୀପାବଳିରେ କୁନି ପିଲାଙ୍କ ମୁହଁରେ ହସ ଫୁଟାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅସହାୟ ଓ କୁନି କୁନି ପିଲାଙ୍କ ସହ ଦୀପାବଳି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ପରେ ଆଜି କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋଟର୍ସ ହଷ୍ଟେଲରେ ପହଞ୍ଚିଥିଲେ ଭି.କେ ପାଣ୍ଡିଆନ୍ । ସାଙ୍ଗରେ ଥିଲେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା । ରାଜ୍ୟ ସରକାରଙ୍କ ଏହି ଦୁଇ ଅଧିକାରୀ ସ୍ପୋଟର୍ସ ହଷ୍ଟେଲର ଅନ୍ତେବାସୀଙ୍କ ସହ ବେଶ କିଛି ସମୟ କାଟିଥିଲେ । ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ଅନ୍ତେବାସୀଙ୍କୁ ମିଠା ଓ ଲଡୁ ଦେଇ ନିଆରା ଢଙ୍ଗରେ ଦୀପାବଳି ସେଲିବ୍ରେସନ କରିଥିଲେ । ଆଉ ଶେଷରେ ଅନ୍ତେବାସୀଙ୍କ ସହ ବସି ଖାଇବାକୁ ଭୁଲିନଥିଲେ ପାଣ୍ଡିଆନ ଓ ଭିନିଲ କ୍ରିଷ୍ଣା । ଏପରିକି ରାଜ୍ୟ ସରକାରଙ୍କ ମୋ ସରକାର କାର୍ୟ୍ୟକ୍ରମ ଅନୁଯାୟୀ, ହଷ୍ଟେଲ ବାବଦରେ ଅନ୍ତେବାସୀଙ୍କ ଠାରୁ ମତାମତ ନେଇଥିଲେ ।କେବଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନୁହଁନ୍ତି ବରଂ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଥିଲେ ।

ଅସିତ ଭୁବନେଶ୍ୱରରେ ଥିବା ଚେତନା ଗୃହକୁ ଯାଇ ମିଠା ବାଣ୍ଟିବା ସହ ଶବ୍ଦ ବିହୀନ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ । ଏହାଛଡା ରାଜ୍ୟର କୋଣ ଅନୁକୋଣରେ ଜିଲ୍ଲାପାଳ ଓ ଏସପି ଶିଶୁ ସୁରକ୍ଷା କେନ୍ଦ୍ର ସହ ସ୍ଵଧାର ଗୃହରେ କୁନି ଶିଶୁ, ଭିନ୍ନକ୍ଷମ ଓ ଅସହାୟ ମହିଳାଙ୍କ ସହ ଦୀପାବଳି ପାଳନ କରି ଅନ୍ୟ ମାନଙ୍କ ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ସେହିଭଳି ସନ୍ଧ୍ୟାରେ କୁନି କୁନି କଅଁଳ କଢ଼ିଙ୍କ ଗହଣରେ ବେଶ୍ ହସଖୁସି ସହ ଦୀପାବଳି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଉ ଭୁବନେଶ୍ୱର ଏସଓଏସ ଭିଲେଜରେ ରହୁଥିବା ଅନାଥ ଶିଶୁଙ୍କ ମୁହଁରେ ହସ ଭରିଛନ୍ତି । କଅଁଳ ଶିଶୁଙ୍କୁ ଉପହାର ଦେବାସହ ସେମାନଙ୍କୁ ସେବା, ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ନେଇ ନୀତିବାଣୀ ଦେଇଛନ୍ତି ନବୀନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons