ମୁଖ୍ୟମନ୍ତ୍ରୀ ଯଦି ୧ ନମ୍ୱର, ସୁଶାସନ କିଭଳି ୧୪ ନମ୍ୱର :କଂଗ୍ରେସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରିକ ସୁଶାସନ ସୂଚକାଙ୍କରେ ଓଡ଼ିଶା ୧୪ ନମ୍ୱର ସ୍ଥାନରେ ରହିଛି । ବିଭିନ୍ନ ସଭା ସମିତିରେ ଏବଂ ବିଭିନ୍ନ ଅନୁÂାନମାନଙ୍କ ପାଖରୁ ନବୀନ ପ;ନାୟକ ଦେଶର ୧ ନମ୍ୱର ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କାର ପାଇଥିବା ବେଳେ ରାଜ୍ୟର ଅବସ୍ଥା ଏଭଳି କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ୱାଦିକ ସମ୍ମିଳନୀରେ ପିସିସି ମିଡ଼ିଆ ବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷରେ ଶାସନ ବ୍ୟବସ୍ଥାରେ ରହିଲା ପରେ ମଧ୍ୟ ରାଜ୍ୟ ଆଜି ସବୁ କ୍ଷେତ୍ରରେ ପଛୁଆ । ଏଭଳିକି ରାଜ୍ୟର ସ୍ଥିତି ସାରା ଭାରତ ବର୍ଷରେ ଅତି ଦୟନୀୟ ଅବସ୍ଥାରେ ଅଛି । ଶିକ୍ଷା ଏବଂ ମାନବ ସମ୍ୱଳ ବିକାଶରେ ରାଜ୍ୟର ସ୍ଥିତି ବୃହତ ରାଜ୍ୟମାନଙ୍କରେ ୧୨ ସ୍ଥାନରେ ଥିଲା ବେଳେ ଯଦି ଉତ୍ତର-ପୂର୍ବାଞ୍ଚଳ ପାହାଡ଼ି ରାଜ୍ୟମାନଙ୍କ ହିସାବ ନିଆଯାଏ ଓଡ଼ିଶାର ସ୍ଥାନ ୧୪ ନମ୍ୱରରେ । ଅର୍ଥାତ ଏ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ମରୁଡ଼ି ପଡ଼ିଛି ଏବଂ ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବତୀ ବେକାର ହୋଇ ରାଜ ରାସ୍ତାରେ ବୁଲୁଛନ୍ତି ବୋଲି ଶ୍ରୀ ନାୟକ କ୍ଷୋଭର ସହ କହିଛନ୍ତି ।
ସେହିପରି ସ୍ୱାସ୍ଥ୍ୟଠୁ ଆରମ୍ଭ କରି କୃଷି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସ୍ଥାନ ଅତି ଚିନ୍ତାଜନକ ବୋଲି ସେ କହିଛନ୍ତି । ଆଳୁ ମିଶନ ଫେଲ, ମଣ୍ଡିରେ ଧାନ ପଡ଼ିରହୁଛି । ସାମଗ୍ରିକ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ବଡ଼ ରାଜ୍ୟମାନଙ୍କରେ ୧୪ତମ । ଏଣୁ ପ୍ରଦେଶ କଂଗ୍ରେସ ପଶ୍ନ ପଚାରୁଛି, ମୁଖ୍ୟମନ୍ତ୍ରୀ ଯଦି ୧ ନମ୍ୱର ରାଜ୍ୟ କିଭଳି ୧୪ ନମ୍ୱର ତାର ଉତ୍ତର ରାଜ୍ୟବାସୀଙ୍କ ସାମନାରେ ରଖନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ନେତା ତଥା ପ୍ରାକ୍ତନ ମୁଖପାତ୍ର ରଜନୀ କୁମାର ମହାନ୍ତି, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ନରେଶ ମହାନ୍ତି ଏବଂ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons