ମୁଖ୍ୟଶାସନ ସଚିବ ଲୋକ ସମ୍ପର୍କ ଅଧିକାରୀଙ୍କ ଗବେଷଣା ପ୍ରଶଂସିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସରକାରୀ ଅଧିକାରୀଙ୍କ ମଧ୍ୟରେ ଦକ୍ଷତା ଓ ସୃଜନଶୀଳତା ବୃଦ୍ଧି ପାଇଁ କାମ କରିଥିବାରୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଲୋକ ସମ୍ପର୍କ ଅଧିକାରୀ ଉମାକାନ୍ତ ସାମନ୍ତରାୟଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଗ୍ରାମ ଉନ୍ନୟନରେ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକର ଭୂମିକା ଗବେଷଣା କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରୀ ମହାପାତ୍ର ଡକ୍ଟରେଟ୍ ଡିଗ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରଫେସର ନିବେଦିତା ରଥ ଓ କିଟ୍ ବିଶ୍ୱବିଦ୍ୟାଳୟର ଡ. ସୁଚେତା ପ୍ରିୟବାଦିନୀଙ୍କୁ ସାଧୁବାଦ ଜଣାଇଛନ୍ତି । ପ୍ରଫେସର ମହାପାତ୍ର ଏହି ଦୁଇଜଣଙ୍କ ତତ୍ୱାବଧାନରେ ଗବେଷଣା କରୁଥିଲେ । ତାଙ୍କର ସନ୍ଦର୍ଭ ବ୍ରାଜିଲର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ସାଓପଲୋ ପ୍ରଫେସର ଲିଣ୍ଡେ୍ରା ମୋରିସ୍, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଭୂତି ଭୂଷଣ ମହାନ୍ତି, ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ରଞ୍ଜୁ ହାସିନା ସାହୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।
ଡ. ମହାପାତ୍ରଙ୍କ ଗବେଷଣା ଓଡ଼ିଶାର ସ୍ୱେଚ୍ଛାସେବୀ ଅନୁÂାନ ଗୁଡ଼ିକର ଭୂମିକା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ସାମ୍ନାକୁ ଆଣି ପାରିଛି । ଓଡ଼ିଶାରେ ସଂଗଠିତ ସ୍ୱେଚ୍ଛାସେବା ଖ୍ରୀ:ପୂ ତୃତୀୟ ଶତାବ୍ଦୀଠୁ ବହୁଳ ଭାବେ ପ୍ରଚଳିତ ଥିଲା । ଓଡ଼ିଆ ସାଧବ ପୁଅ ସାଗରପାରି ବଣିଜଠୁ ଆରମ୍ଭ କରି କଳିଙ୍ଗ ଯୁଦ୍ଧ, ଖାରବେଳଙ୍କ ମଗଧ ବିଜୟ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମୂହିକ ସହାୟତା, ଓଡ଼ିଆ ଭାଷା ସାହିତ୍ୟର ସୃଷ୍ଟି ପର୍ଯ୍ୟନ୍ତ ସଂଗଠିତ ସ୍ୱେଚ୍ଛାସେବା ବହୁଳ ଭାବେ ପରିଲକ୍ଷିତ ହୋଇଥିଲା । କେବଳ ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ପ୍ରଭାବ ଯୋଗୁ ଓଡ଼ିଶାରେ ଅଣଧାର୍ମିକ ସଂଗଠିତ ସ୍ୱେଚ୍ଛାସେବୀ ଆରମ୍ଭ ହୋଇଥିବା ଯୁକ୍ତିଠାରୁ ଡ. ମହାପାତ୍ରଙ୍କ ଲେଖା ଭିନ୍ନ ପ୍ରମାଣ ଦର୍ଶାଉଛି ।
ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ଓଏସ୍ଡି ଦିଲ୍ଲୀପ ରାଉତରାୟ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ, ଇନ୍ଦ୍ରମଣୀ ତ୍ରିପାଠୀଙ୍କ ସମେତ ବହୁ ବରିÂ ଅଧିକାରୀ ଯୋଗଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons