କଟକ,(ବି.ବି.ନୁ୍ୟଜ୍): ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଅଞ୍ଚଳର ଏକ କୁକୁଡ଼ା ଫାର୍ମରେ ଦୀର୍ଘ ୨୨ ଦିନ କାଳ ଜଣେ ୧୫ ବର୍ଷ ବୟସ୍କା ନାବାଳିକାଙ୍କୁ ଗଣବଳାକ୍ରାର କରିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାରେ କମିସନରେଟ୍ ପୁଲିସ୍ର ଭୂମିକାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତପôରତା ପ୍ରକାଶ କରିଛି ଚାଉଳିଆଗଞ୍ଜ ପୁଲିସ । ପୁଲିସର ଧୀମା କାର୍ଯ୍ୟାନୁÂାନର ଫାଇଦା ଉଠାଇ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ଆଜି ତାର ସହଯୋଗୀ ତଥା କୁୁକୁଡ଼ା ଫାର୍ମ ମାଲିକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ରାକେଶ ରାଉତ ଓରଫ ରାଜା ଓ ତା’ଘର ଗତିରାଉତ ପାଟଣା ଅଞ୍ଚଳରେ । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗତିରାଉତପାଟଣାର ସନ୍ତୋଷ ବେହେରା ଓରଫ ଟିକିକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରୁଛି ।
ନାବାଳିକା ଗଣବଳକ୍ରାର ସଂପର୍କରେ ଗତକାଲି ଚାଇଲ୍ଡ ଲାଇନ ପକ୍ଷରୁ ଏତଲା ଦିଆଯିବା ପରେ ଆଜି ଚାଉଳିଆଗଞ୍ଜ ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଅଘଟଣ ସ୍ଥାନକୁ ଯାଞ୍ଚ୍ କରିବା ସହ ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିବା ଜଣାଯାଇଛି । ଉଦ୍ଧାର ପୀଡ଼ିତା ନାବାଳିକାଙ୍କୁ ପୁଲିସ୍ ଏସ୍ସିବି ଡାକ୍ତରଖାନାରେ ଆଜି ଡାକ୍ତରୀ ମାଇନା କରାଇବା ସହ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ କୋର୍ଟରେ ୧୬୪ରେ ବୟାନ ରେକର୍ଡ କରାଇଛି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ସେହିପରି ଗିରଫ ଅଭିଯୁକ୍ତର ମୋବାଇଲ୍କୁ ଜବତ କରି ଯାଞ୍ଚ୍ କରାଯାଉଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ଏକ ଟିମ୍ ଗଠିତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ପୁଲିସ କହିବାନୁସାରେ, ନାବାଳିକାଙ୍କୁ ରାସ୍ତାରୁ ବାଇକ୍ରେ ଅଭିଯୁକ୍ତ ସନ୍ତୋଷ ବେହେରା ଓରଫ ଟିକି ଉଠାଇ ନେଇ ଗତିରାଉତ ପାଟଣା ଅଞ୍ଚଳରେ ସହଯୋଗୀ ରାକାର ଚିକେନ୍ ସେଣ୍ଟର ପାଖରେ ପହଞ୍ଚିଥିଲା । ଗତିରାଉତପାଟଣା ମୁଖ୍ୟ ରାସ୍ତା କଡ଼ରେ ରହିଛି ଏହି ଚିକେନ୍ କାଉଣ୍ଟର । ଚିକେନ୍ କାଉଣ୍ଟର ପଛକୁ ଥିବା କେନାଲ ବନ୍ଧ ଉପରେ ରହିଛି ଏକ ଝୁମ୍ପୁଡ଼ ଘର । ପରିତ୍ୟକ୍ତ ଘର ମଧ୍ୟରେ ନାବାଳିକାଙ୍କୁ ୨୨ଦିନ ଦରି ରଖି ଅଭିଯୁକ୍ତ ସନ୍ତୋଷ ଓ ତାର ସହଯୋଗୀ ରାକା ବଳାକ୍ରାର କରିଥିଲେ । ଏମିତିକି ପୁଲିସ ଚଢଉ ବେଳେ ଉକ୍ତ ପରିତ୍ୟକ୍ତ ଘରେ ସପ ପଡ଼ିଥିବା ସହ ମଦ ବୋତଲ, ଚକଲେଟ୍ ଜରି ପଡିଥିବା ଦେଖିବାକୁ ମିଳିଛି । ରାତି ୯ଟା ପରେ ଉକ୍ତ ପରିତ୍ୟକ୍ତ ଘର ପାଖରେ ବହୁ ଅସାମାଜିକଙ୍କ ଆଡ୍ଡା ଜମୁଥିବା ଲୋକଙ୍କଠାରୁ ଶୁଣିବାକୁ ମିଳିଛି । ଏମିତିକି ଏଠାରେ ଦୀର୍ଘ ସମୟ ମଦ ଆସର ଜମିବା ସହ ଖଟି ମଧ୍ୟ ଜମିଥାଏ ବୋଲି ଲୋକେ କହିଛନ୍ତି । ପୁଲିସ ମଧ୍ୟ ଏଠାରେ ବହୁ ଆପତ୍ତିଜନକ କାମ ଚାଲିଥିବା ନେଇ ସୁରାକ ପାଇଛି । ଅଭିଯୁକ୍ତର ମୋବାଇଲ୍ ଯାଞ୍ଚ୍ରୁ ଅନେକ ତଥ୍ୟ ମିଳିବ ବୋଲି ମଧ୍ୟ ପୁଲିସ ଆଶା କରୁଛି । ଏଠାରେ ସୂଚନା ଥାଉ କି, ସୋମବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ଚାଉଳିଆଗଞ୍ଜ ଥାନା ପୁଲିସ ଜଣେ ୧୫ବର୍ଷ ବୟସର ନାବାଳିକାଙ୍କୁ ଗତିରାଉତପାଟଣାରୁ ଉଦ୍ଧାର କରି ଚାଇଲ୍ଡଲାଇନ୍ ଜିମା ଦେଇଥିଲେ । ଚାଇଲ୍ଡଲାଇନ୍ ପକ୍ଷରୁ ମଙ୍ଗଳବାର ସକାଳେ ନାବାଳିକାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ସିଡ୍ଲବୁସି ଅଧ୍ୟକ୍ଷା ମନ୍ଦାକିନି ଜେମା, ସଦସ୍ୟ ଅମୀୟ ଭୂଷଣ ବିଶ୍ୱାଳ, ଚିତ୍ତରଂଜନ ମହାନ୍ତିଙ୍କୁ ନେଇ ଗଠିତ କମିଟି ନାବାଳିକାଙ୍କ ବୟାନ ରେକର୍ଡ କରିବାରୁ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ତାଙ୍କୁ ୨୨ ଦିନ ଧରି ଗଣବଳାକ୍ରାର କରିଥିବା ପୀଡ଼ିତା କହିଥିଲେ । ପରେ ସିଡବ୍ଲୁସିର ନିଦେ୍ର୍ଧଶ ଅନୁସାରେ, ଚାଇଲ୍ଡ ଲାଇନ ପକ୍ଷରୁ ଥାନରେ ଏତଲା ଦିଆଯାଇଥିଲା । ତେବେ ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରିବା ମାତ୍ରେ କାହିଁକି କାର୍ଯ୍ୟାନୁÂାନ ଗ୍ରହଣ କଲା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସର ଭୂମିକା ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।


Comments are closed, but trackbacks and pingbacks are open.