କଟକ,(ବି.ବି.ନୁ୍ୟଜ୍): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ୍ ମହମ୍ମଦ ରଫିକ୍ ଶପଥ ଗ୍ରହଣ କରିଛନ୍ତିି । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜଷ୍ଟିସ୍ ରଫିକ୍ଙ୍କୁ ଶପଥ ପାଠ କରାଇଛନ୍ତି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ନିରାଡମ୍ବର ଭାବେ ଅନୁÂିତ ଏହି ସମାରୋହରେ ହାଇକୋର୍ଟର ବରିÂ ବିଚାରପତି ତଥା ପୂର୍ବତନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ କୁମାରୀ ସଞ୍ଜୁ ପଣ୍ଡା, ହାଇକୋର୍ଟର ଅନ୍ୟ ସମସ୍ତ ବିଚାରପତି, ଆଇନ ମନ୍ତ୍ରୀ ପ୍ରତାପ ଜେନା, ଆଡ୍ଭୋକେଟ୍ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ଗୋପାଳକୃଷ୍ଣ ମହାନ୍ତି, ସମ୍ପାଦକ ସଞ୍ଜୟ କୁମାର ଦାସ, ପୁଲିସ୍ ଡିଜି ଶ୍ରୀ ଅଭୟ, ଭୁବନେଶ୍ୱର-କଟକ ପୁଲିସ୍ କମିସନର ସୁଧାଂଶୁ ଷଡଙ୍ଗୀ ଏବଂ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଜଷ୍ଟିସ୍ ରଫିକ୍ଙ୍କ ଯୋଗଦାନ ଫଳରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ।
ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟରତ ଥିବା ଜଷ୍ଟିସ୍ ରଫିକ୍ଙ୍କ ବଦଳିକୁ ସୁପ୍ରିମ୍କୋର୍ଟର କଲେଜିୟମ୍ ଗତ ୧୮ ତାରିଖରେ ଅନୁମୋଦନ କରିଥିଲେ । ୨୩ ତାରିଖ ଦିନ ରାଷ୍ଟ୍ରପତିଙ୍କ ସମ୍ମତି ପରେ ଏନେଇ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଥିଲା । ଜଷ୍ଟିସ୍ କେ.ଏସ୍. ଜାଭେରୀଙ୍କ ଅବସର ପରଠାରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବି ଖାଲି ପଡିଥିଲା ଓ ହାଇକୋର୍ଟର ବରିÂ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ଥିଲେ । ନବନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଫିକ୍ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡଠାରେ ୧୯୬୦ ମେ’ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସମାପ୍ତି ପରେ ୧୯୮୪ ମସିହାରେ ସେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟାରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରି ଖ୍ୟାତି ଅର୍ଜନ କରିଥିଲେ । ୨୦୦୬ ମେ’ ୧୫ ତାରିଖରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ରାଜସ୍ଥାନ ହାଇକୋର୍ଟରେ ସେ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱରେ ମଧ୍ୟ ରହିଥିଲେ । ଏହାପରେ ୨୦୧୯ ନଭେମ୍ବର ୧୩ ତାରିଖରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।
Comments are closed, but trackbacks and pingbacks are open.