ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ବୌଦ୍ଧ ଗସ୍ତ:ଧାଡିଲେ ଠିଆହେଲେ,ଆହାର ଖାଇଲେ ପାଣ୍ଡିଆନ୍

Get real time updates directly on you device, subscribe now.

ରୋଗୀଙ୍କ ପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବ୍ୟବହାର ନେଇ ପଚାରି ବୁଝିଲେ
ବୌଦ୍ଧ,(ବି.ବି.ନୁ୍ୟଜ୍): ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଆଜି ବୌଦ୍ଧ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ କାର୍ଯ୍ୟ ତଦାରଖ କରିଛନ୍ତି ।

ଦୁଇ ସଚିବ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ରକୁ ବୁଲି ଦେଖିବା ସହିତ ଜନସାଧାରଣଙ୍କ ସହିତ ଆହର ଖାଇଛନ୍ତି । ଏହି ଗସ୍ତରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିଦେ୍ର୍ଧଶକା ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ ।

ଆଜି ଦିନ ପ୍ରାୟ ୧୧ଟା ୩୦ ମିନିଟ୍ ବେଳେ ସଚିବମାନେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ମିଳୁଥିବା ଚିକିତ୍ସା ସେବା ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବ୍ୟବହାର ବାବଦରେ ସିଧାସଳଖ ରୋଗୀଙ୍କୁ ପଚାରିଥିଲେ । ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ମାନ ନେଇ ପଚରାଉଚରା କରିଥିଲେ ।

ଡାକ୍ତରଖାନା କର୍ତ୍ତୃପକ୍ଷ ଠିକ୍ ଭାବେ ସେବା ଯୋଗାଉଥିବା ରୋଗୀ ଓ ତାଙ୍କ ସମ୍ପର୍କିୟମାନେ ସଚିବଙ୍କୁ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ସଚିବମାନେ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଚକ୍ଷୁ ଚିକିତ୍ସା କେନ୍ଦ୍ର ବୁଲିବା ସହିତ ସେଠାରେ ଥିବା ଡାଏଲିସ୍ସ୍ କେନ୍ଦ୍ରକୁ ବୁଲି ଦେଖିଥିଲେ ।

ବର୍ତ୍ତମାନ ଚାଲୁଥିବା ଜେଲ୍ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଯାଉଥିବା ବେଳେ ସେଠାକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୌଦ୍ଧରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗ ଅଧିକାର ଓ ଡାକ୍ତରଙ୍କୁ ନେଇ ସଚିବମାନେ ସମୀକ୍ଷା ବୈଠକ କରିଥିଲେ ।

ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରକୁ ଯାଇ ଖାଦ୍ୟ ମାନ ଯାଞ୍ଚ ସହ ସଚିବମାନେ ଭୋଜନ କରିଥିଲେ । ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଯାଇ ସେଠାର ସ୍ଥିତ ବୁଲି ଦେଖିବା ସହିତ ଲୋକଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡି ପଞ୍ଜିକରଣ ଆଦି ମିଳିବାରେ କିଛି ଅସୁବିଧା ହେଉଛି କି ନାହିଁ ପଚାରିବୁଝିଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ସଚିବଙ୍କୁ ବୌଦ୍ଧ ଜିଲ୍ଲାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍ପି ୱାଇ ରଘୁନାଥ ରାଓ, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା. ଲକ୍ଷ୍ମୀଧର ସାହୁ, ପିଡି ସୂର୍ଯ୍ୟ ନାରାୟଣ ଦାସ, ଆର୍ଟିଓ ଭାଗିରଥୀ ନାଏକ, ଏନ୍ଏସି ନିର୍ବାହୀଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ପ୍ରମୁଖ ସଚିବଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons