ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ଅସିତ ତ୍ରିପାଠୀ

Get real time updates directly on you device, subscribe now.

ଭୁବନେଶ୍ବର : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ । ଆଦିତ୍ୟ ପାଢୀଙ୍କଠାରୁ ସେ ଦାୟିତ୍ବ ନେଇଛନ୍ତି । ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ ତ୍ରିପାଠୀ ହୋଇଛନ୍ତି ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ।
ଦାୟିତ୍ବ ଗ୍ରହଣ କରିବା ପରେ ଅସିତ ତ୍ରିପାଠୀ କହିଛନ୍ତି ମୋ ସମୟକାଳରେ ଫାଇଲ୍ ମୁଭମେଣ୍ଟ ତ୍ବରାନ୍ବିତ କରାଯିବ । ଯେକୌଣସି କାର‌୍ୟ୍ୟର ନିଷ୍ପତ୍ତି ତୁରନ୍ତ ନିଆଯିବ । ୪ଟି ଦିଗ ଉପରେ ଦିଆଯିବ ପ୍ରାଥମିକତା । ୫-ଟି ସବୁ ବିଭାଗରେ ଲାଗୁ ହେବାକୁ ଦିଆଯିବ ଗୁରୁତ୍ବ । ସମୟ ଓ ଭିତ୍ତିଭୂମି ଉପରେ ଦିଆଯିବ ଗୁରୁତ୍ବ । ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ନେଇ ଦିଆଯିବ ନଜର ।
ଉନ୍ନୟନ କମିଶନର ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । କୃଷି ଉତ୍ପାଦନ କମିଶନର ଭାବେ ୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଦାୟିତ୍ବ ନେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons