
ନୂଆଦିଲ୍ଲୀ: ମୁଦ୍ରା ଋଣ ଆକାଉଣ୍ଟଗୁଡ଼ିକରେ ମୋଟ ୨,୩୧୩ଟି ଠକେଇ ଘଟଣା ଦୃଷ୍ଟିକୁ ଆସିଛି । ୨୦୧୬-୧୭ରୁ ଏହି ଠକେଇ ଦେଖିବାକୁ ମିଳିଛି ବୋଲି ସୋମବାର ସଂସଦରେ ସୂଚନା ଦେଇଛନ୍ତି ସରକାର । ସ୍କିମ୍ ଆରମ୍ଭ ହେବା ଦିନଠାରୁ ୨୦୧୯ ଜୁନ୍ ୨୧ ସୁଦ୍ଧା ମୋଟ ୧୯ କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇଛି ।
ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ବିଗତ ୩ଟି ବର୍ଷ ଓ ଚଳିତବର୍ଷକୁ ମିଶାଇ ମୋଟ ୨,୩୧୩ଟି ମୁଦ୍ରା ଋଣ ଆକାଉଣ୍ଟରେ ଠକେଇ ହୋଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଠାରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ସମସ୍ତ ଘଟଣାରେ ତଦନ୍ତ ଓ ଅନୁସନ୍ଧାନ ଜାରି ରହିଛି । ୧୦୩ ଦୁର୍ନୀତିଖୋର କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି । ତାମିଲନାଡୁରେ ସର୍ବାଧିକ ୩୪୪ ଠକେଇ ଘଟଣା ଘଟିଥିବା ବେଳେ ଚଣ୍ଡିଗଡ଼ରେ ୨୭୫ ଓ ଆନ୍ଧ୍ର ପ୍ରଦେଶରେ ୨୪୧ ଠକେଇ ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.