ମୁମ୍ବାଇ ଶିଖର ସମ୍ମିଳନୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ:ଓଡ଼ିଶା ଆସ, ନିବେଶ କର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ପୁଞ୍ଜିନିବେଶ ପାଇଁ ଏବେ ଭାରତର ଶ୍ରେÂ ରାଜ୍ୟ । ଏଠାରେ ଶିଳ୍ପ ପାଇଁ ସରକାର ପ୍ରୋତ୍ସାହିତ କରୁଛନ୍ତି । ଦୁର୍ନୀତିମୁକ୍ତ ସିଙ୍ଗଲ୍ୱିଣ୍ଡୋ ବ୍ୟବସ୍ଥା ରହିଛି । ଏଠାରେ ଜଣେ ନିବେଶକ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବସାୟ ଆରମ୍ଭ କରିପାରିବେ । ଆପଣମାନେ ଓଡ଼ିଶା ଆସନ୍ତୁ, ନିବେଶ କରନ୍ତୁ । ମୁମ୍ବାଇରେ ନିବେଶକଙ୍କ ଶିଖର ସମ୍ମିଳନୀରେ ଏ ଆହ୍ୱାନ ଦେଇଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।
ଭାରତ ସରକାରଙ୍କ ରସାୟନ ଏବଂ ପେଟ୍ରୋ ରସାୟନ ବିଭାଗ ଏବଂ ଫିକିର ମିଳିତ ଆନୁକୂଲ୍ୟରେ ମୁମ୍ବାଇରେ ଗ୍ଲୋବାଲ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ମାନୁଫାକ୍ଚରିଙ୍ଗ ହବ୍ସ ଇନ ଇଣ୍ଡିଆ ଶୀର୍ଷକ ଏକ ଶିଖର ସମ୍ମିଳନୀ ଅନୁÂିତ ହୋଇଯାଇଛି । ଏହି ଦୁଇଦିନିଆ ସମ୍ମିଳନୀକୁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଉଦ୍ଘାଟନ କରିଥିଲେ । ସମ୍ମିଳନୀରେ ଦିବ୍ୟଶଙ୍କର କହିଲେ, ଓଡ଼ିଶା ସରକାର ପେଟ୍ରୋ ରସାୟନ ଓ ସାରକୁ ପ୍ରାଥମିକତା ଦେଉଛନ୍ତି । ପେଟ୍ରୋ ରସାୟନରେ ନିବେଶ ଦ୍ୱାରା ଗରିବ ଶ୍ରେଣୀର ଲୋକଙ୍କ ଜୀବନରେ ଗୁଣାତ୍ମକ ବିକାଶ ଆଣିବ ।
ରାଜ୍ୟ ସରକାର ପାରାଦୀପରେ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋ କେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜନ (ପିସିପିଆଇଆର)ର ବିକାଶ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ପାରାଦୀପରେ ପ୍ଲାଷ୍ଟିକ୍ ପାର୍କ ମଧ୍ୟ ପ୍ରତିÂା କରାଯାଇଛି । ଓଡ଼ିଶା ସରକାରଙ୍କ ପ୍ରଦତ୍ତ ସୁବିଧାର ଲାଭ ଉଠାଇବାକୁ କ୍ୟାପଟେନ ମିଶ୍ର ନିବେଶକଙ୍କୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଓଡ଼ିଶା ରସାୟନ ଓ ପେଟ୍ରୋ ରସାୟନ ଇକୋ ସିଷ୍ଟମ ଉପରେ ଏକ ସନ୍ଦର୍ଭ ଉପସ୍ଥାପନା କରି ଓଡ଼ିଶା ସମଗ୍ର ଦେଶରେ ନିବେଶ ପାଇଁ ପ୍ରକୃଷ୍ଟ ରାଜ୍ୟ ବୋଲି କହିଥିଲେ । କୋଇଲା, ବକ୍ସାଇଟ୍, ଓ କ୍ରୋମିୟମ ଭଳି ପ୍ରାକୃତିକ ଖଣିଜ ଦ୍ରବ୍ୟରେ ଓଡ଼ିଶା ଭରପୁର ଯାହା ପୁଞ୍ଜିନିବେଶ ପାଇଁ ଏକ ଆଦର୍ଶ ସ୍ଥାନ ହୋଇପାରିଛି ବୋଲି ଶ୍ରୀ ଶର୍ମା କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons